ମୁମ୍ବାଇ : ୧୩ବର୍ଷ ପରେ ପୁଣି ଥରେ ପରଦା ଉପରେ ହଙ୍ଗାମା କରିଛି ‘ଖିଚ୍ଡ଼ି’ । ଏହି ସୋ’ରେ ପୁରୁଣା କଳାକାର ଏବଂ ନୂଆ କଳାକାରଙ୍କ ମିଶ୍ରଣକୁ ଖବ୍ ପ୍ରଶଂସା କରିଛନ୍ତି ଦର୍ଶକ । ଏହି ସୋ’ ଦେଖିବା ପରେ କିଛି ଲୋକ ଖିଚ୍ଡ଼ି ପରିବାରକୁ ପାଗଳ ବୋଲି କହିଥିଲେ ମଧ୍ୟ ପ୍ରଥମ ଦିନରେ ହିଁ ସୋ’ଟି ସୁପରହିଟ୍ ହୋଇଛି । ଏହି ସୋ’ଟି ଦେଖିବା ପରେ ଲୋକମାନେ ଏହାକୁ କପିଲଙ୍କ ସୋ’ ‘ଫ୍ୟାମିଲି ଟାଇମ୍ ଉଇଥ୍ କପିଲ ଶର୍ମା’ ସହ ତୁଳନା କରିବା ଆରମ୍ଭ କରିଛନ୍ତି । ଖିଚ୍ଡ଼ି ବହୁଗୁଣରେ କପିଲଙ୍କ ସୋ’ଠାରୁ ଭଲ ବୋଲି ଦର୍ଶକ କହିଛନ୍ତି ।
I can’t tell you how badly I have wished for Khichdi to return to TV. Super hilarious and totally crazy, welcome back #Khichdi 🙂 @StarPlus
— Surbhi Chandna (@SurbhiChandna) April 14, 2018
Yo #Khichdi is so lit man! I finally find myself watching something on TV. My Saturdays and Sundays are set now.
Thank you @StarPlus for bringing it back.
— . (@vibhatweedy) April 14, 2018
୨୦୦୨ରେ ଆରମ୍ଭ ହୋଇଥିବା ଖିଚ୍ଡ଼ି ପ୍ରଥମରୁ ହିଁ ସବୁ ଦର୍ଶକଙ୍କ ମନରେ ରାଜ କରିବା ଆରମ୍ଭ କରିଥିଲା । ସୋ’ରେ ଥିବା କଳାକାରମାନଙ୍କର ଚରିତ୍ରକୁ ଅସଲ ଜୀବନରେ ଲୋକମାନେ ନକଲ କରିବା ଆରମ୍ଭ କରିଥିଲେ । କିଛି ଦିନ ପରେ ୨୦୦୫ରେ ପୁଣି ଥରେ ନୂଆ ରୁପରେ ‘ଇନ୍ଷ୍ଟାଣ୍ଟ ଖିଚ୍ଡ଼ି’ ନାମରେ ସେମାନେ ଟିଭି ପରଦା ଉପରେ ନଜର ଆସିଥିଲେ । ପୂର୍ବରୁ ଦୁଇ ଥର ଖିଚ୍ଡ଼ି ପରିବାର ଟିଭି ପରଦାରେ ହଙ୍ଗାମା କରି ସାରିଥିବା ବେଳେ ଏବେ ତୃତୀୟ ଥର ପାଇଁ ସେମାନେ ପରଦାକୁ ଫେରିଛନ୍ତି । ଏହି ସୋ’ ଆରମ୍ଭ ହେବା ପରେ ଟ୍ଵିଟରରେ ଲୋକମାନେ ଏହାର ପ୍ରଶଂସା କରିବା ସହ କେତେ ଦିନରୁ ଏହି ସୋ’କୁ ଅପେକ୍ଷା କରିଥିଲେ ବୋଲି ଲେଖିଛନ୍ତି । କିଛି ଜଣ ଏହି ସୋ’ କପିଲଙ୍କ ସୋ’ଠାରୁ ବହୁତ ଭଲ ବୋଲି ମଧ୍ୟ ଲେଖିଛନ୍ତି ।