ମୁମ୍ବାଇ: ଅଭିନେତା-କମେଡିଆନ କିକୁ ଶାରଦା କପିଲ ଶର୍ମାଙ୍କ ସୋ’ରେ ସବୁଠାରୁ ଦୀର୍ଘ ସମୟ ଧରି କାମ କରୁଥିବା କଳାକାରମାନଙ୍କ ମଧ୍ୟରୁ ଜଣେ। କପିଲ ଶର୍ମାଙ୍କ ସହ ଝଗଡ଼ା ହେଉ କିମ୍ବା ଅନ୍ୟ କୌଣସି କାରଣ, ଅନେକ କଳାକାର ସୋ’ ଛାଡି ଦେଇଥିଲେ। କିନ୍ତୁ କିକୁ କେବେ ବି ଛାଡି ନଥିଲେ। ବର୍ତ୍ତମାନ କିକୁ ସୋ’ ଛାଡ଼ୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ଦିନ ତଳେ ତାଙ୍କର ଝଗଡ଼ା ସହକଳାକାର କୃଷ୍ଣା ଅଭିଷେକଙ୍କ ସହ ହୋଇଥିଲା। ଏହି କାରଣରୁ ସେ ସୋ’ ଛାଡ଼ୁଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।
ସୋ’ର ଛାଡ଼ିବାର ଅନ୍ୟ ଏକ କାରଣ ମଧ୍ୟ ସାମ୍ନାକୁ ଆସିଛି। ତାହା ହେଲା ସେ ରାଇଜ୍ ଆଣ୍ଡ ଫଲ୍ରେ ସାମିଲ ହେବାକୁ ଯାଉଛନ୍ତି। ଏଥିପାଇଁ କପିଲଙ୍କୁ ବାଏ ବାଏ କହୁଛନ୍ତି। ତେବେ ଏଭଳି ଚର୍ଚ୍ଚା ମଧ୍ୟରେ ସୋ’ ଜଜ୍ ଭାବେ ବସୁଥିବା ଅଭିନେତ୍ରୀ ଅର୍ଚ୍ଚନା ପୂରଣ ସିଂହ ପ୍ରତିକ୍ରିୟା ରଖିଛନ୍ତି। କିକୁ ଏପର୍ଯ୍ୟନ୍ତ ସୋ’ ଛାଡ଼ି ନଥିବା କହିଛନ୍ତି ଅର୍ଚ୍ଚନା।
ସେ କହିଛନ୍ତି ଯେ, "କିକୁ ଏବେ ବି ଟିମ୍ ସହିତ ଅଛନ୍ତି ଏବଂ କାମ କରୁଛନ୍ତି। ସୋ’ ଛାଡ଼ିବା ଖବରରେ କୌଣସି ସତ୍ୟତା ନାହିଁ। କିକୁ ନୂଆ ସୋ’ ଆରମ୍ଭ କରିବା ପୂର୍ବରୁ କପିଲଙ୍କ ସହିତ ସୁଟିଂ ଶେଷ କରିବେ।"