ରିକ୍ସା ଚଳାଇ ଚର୍ଚ୍ଚାରେ କିଙ୍ଗ୍‌ଖାନ୍‌, ସୋସିଆଲ୍‌ ମିଡିଆରେ ଫଟୋ ଭାଇରାଲ୍‌

ବଲିଉଡର ବାଦଶାହ ଶାହାରୁଖ ଖାନ ପୁଣି ଚର୍ଚ୍ଚାରେ। ବାଦଶାହ ଶାହାରୁଖ ଖାନ୍‌ ରିକ୍ସା ଚାଲଉଥିବାର ଏକ ଫଟୋ ଇଂଟରନେଟରେ ଭାଇରାଲ ହେଉଛି। ବଲିଉଡର କିଙ୍ଗ୍‌ ଖାନ ରିକ୍ସା ଚଳାଇବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ଆପଣ ନିଶ୍ଚିତ ଭାବୁଥିବେ ଯେ ଏପରି ସମ୍ଭବ କେମିତି ହେଲା। ତେବେ ଶାହାରୁଖ ନିଜେ ଏହି ଫଟୋକୁ ଟୁଇଟରରେ ସେୟାର କରିଛନ୍ତି। ଏବେ ଏହି ଫଟୋ ସୋସିଆଲ ସାଇଟରେ ଭାଇରାଲ ହେଇଛି, ଯେଉଁଥିରେ ଶାହରୁଖ ରିକ୍ସା ଚଲାଉଛନ୍ତି। ତାଙ୍କ ସହ କ୍ୟାଟ୍ରିନା ଓ ଅନୁଷ୍କା ଶର୍ମା ବି ଅଛନ୍ତି। ଖବର ଅନୁସାରେ, ଶାହାରୁଖ ‘ଜିରୋ’ ସିନେମା ସେଟରେ ଅନୁଷ୍କା ଓ କ୍ୟାଟ୍ରିନାଙ୍କୁ ରିକ୍ସା ଚଲାଇ ବୁଲାଉଥିଲେ। ସୋସିଆଲ ମିଡିଆରେ ଏହି ଫଟୋକୁ ଶାହାରୁଖ ନିଜେ ପୋଷ୍ଟ କରି କହିଥିଲେ ଯେ ‘ସୁନ୍ଦର ସୃତି ପାଇଁ ମୋତେ ଏକ ସବାରୀ ଚଲାଇବାକୁ ପଡିଥିଲା’ ଯାହାକୁ କୁହାଯାଉଛି ‘ଜିରୋ’। ଉଲ୍ଳେଖଯୋଗ୍ୟ, ଏହି ସିନେମା ପୂର୍ବରୁ ତିନି ଜଣ ‘ଜବ ତକ ହୈ ଜାନ’ ରେ ଏକାଠି କାମ କରିଥିଲେ।

ବର୍ତ୍ତମାନ ଶାହାରୁଖ ଆନନ୍ଦ ଏଲ ରାୟଙ୍କ ସିନେମା ‘ଜିରୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଯେଉଁଥିରେ କ୍ୟାଟ୍ରିନା କୈଫ ଓ ଅନୁଷ୍କା ଶର୍ମା ବି ନଜର ଆସୁଛନ୍ତି। ଏହି ଫିଲ୍ମକୁ ସମାପ୍ତ କରିବା ପାଇଁ ତିନି ଷ୍ଟାର ଜରଦାର କାମ କରିବାରେ ଲାଗିପଡିଛନ୍ତି। ସିନେମାରେ ଶାହାରୁଖ ଖାନ ବାମନ ଚରିତ୍ରରେ ଅଭିନୟ କରୁଛନ୍ତି ବୋଲି ଅନେକ ସମୟରୁ ଚର୍ଚ୍ଚା ଚାଲିଛି। ଏହା ବ୍ୟତୀତ କ୍ୟାଟ୍ରିନା କୈଫ ବି ଇନଷ୍ଟଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ‘ଜଣେ ଭଲ ଡ୍ରାଇଭରଙ୍କୁ ଆପଣମାନେ ବି ଡାକିପାରିବେ’ ବୋଲି ଫଟୋ ପୋଷ୍ଟ କରି କ୍ୟାଟ୍ରିନା ଲେଖିଛନ୍ତି। ଏହି ତିନ ତାରକା ଅନନ୍ଦ ଏଲ ରାୟଙ୍କ ସିନେମା ‘ଜିରୋ’ରେ ନଜର ଆସିବେ।

ସମ୍ବନ୍ଧିତ ଖବର