‘ପଠାନ୍‌’ ପାଇଁ ୧୦୦ କୋଟି ନେବେ କିଙ୍ଗ୍‌ ଖାନ୍‌

ବଲିଉଡ୍‌ର କିଙ୍ଗ ଖାନ୍‌ ଶାହରୁଖ ନିଜର ଆଗାମୀ ଚଳଚ୍ଚିତ୍ର ‘ପଠାନ୍‌’ ପାଇଁ ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ସେ ପାରିଶ୍ରମିକ ବାବଦକୁ ୧୦୦ କୋଟି ଟଙ୍କା ଦାବି କରିଛନ୍ତି ବୋଲି କୁହାଯାଉଛି। ଏହା ସତ ହେଲେ ଶାହରୁଖ୍ ବଲିଉଡ୍‌ର ସବୁଠାରୁ ଦାମୀ ତଥା ମହଙ୍ଗା ଅଭିନେତା ହୋଇଯିବେ। ଶାହରୁଖ୍‌ଙ୍କ ଶେଷ ଚଳଚ୍ଚିତ୍ର ‘ଜିରୋ’ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରି ନଥିଲା। ଏଥିସହ କିଙ୍ଗ୍‌ ଖାନ୍‌ଙ୍କ ପ୍ରଶଂସକମାନେ ବି ନିରାଶ ହୋଇଥିଲେ। ତେବେ ପ୍ରଶଂସକମାନଙ୍କ ପୁଣି ଏକ ଦମ୍‌ଦାର୍ ଚଳଚ୍ଚିତ୍ର ଭେଟି ଦେବାକୁ ଶାହରୁଖ୍‌ ପ୍ରସ୍ତୁତ ହୋଇଯାଇଛନ୍ତି। ଏବେ ସେ ‘ପଠାନ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଶାହରୁଖଙ୍କ ପୂରା ବିଶ୍ୱାସ ଯେ ଏହି ଚଳଚ୍ଚିତ୍ର ସବୁ ରେକର୍ଡ ଭାଙ୍ଗିବ। ଏଥିରେ ଶାହାରୁଖଙ୍କ ସହ ଜନ୍‌ ଆବ୍ରାହମ୍‌ ଓ ଦୀପିକା ପାଦୁକୋନ୍‌ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। ଅତିଥି କଳାକାର ଭାବେ ସଲମାନ ଖାନ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିବ। ସବୁ ଠିକ୍‌ଠାକ୍‌ ରହିଲେ, ଆସନ୍ତା ଦୀପାବଳିରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର