ସାଙ୍ଘାତିକ ଠକେଇ ଅଭିଯୋଗ ଆସିଛି ବଲିଉଡ୍ର କିଙ୍ଗ୍ ଖାନ ଶାହାରୁଖଙ୍କ ଶାଶୂଙ୍କ ନାମରେ। ଚାଷ ଜମିରେ ଫାର୍ମ ହାଉସ୍ ତିଆରି କରିଥିବାରୁ ଏବେ ତାଙ୍କୁ ୩.୯କୋଟି ଟଙ୍କା ଜରିମାନା ଦେବାକୁ ହେବ ବୋଲି ଜଣାପଡ଼ିଛି। ଜରିମାନା ରାଶି ନ ଦେଲେ ମୁମ୍ବାଇର ଅଲିବାଗସ୍ଥିତ ଥାଲରେ ଥିବା ତାଙ୍କ ବିଳାସପୂର୍ଣ୍ଣ କୋଠାକୁ ଭାଙ୍ଗି ଦିଆଯିବ ବୋଲି ନୋଟିସ୍ ବି ହୋଇଛି। ସୂଚନା ଅନୁଯାୟୀ, ଦେଜା ବୁ ଫାର୍ମ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ଉପରେ ଏହି ଜରିମାନା ଲଗାଯାଇଛି। କମ୍ପାନିଟି ଶାହାରୁଖଙ୍କ ଶାଶୂ ସବିତା ଛିବର୍ ଓ ତାଙ୍କ ଶାଳୀ ନମିତା ଛିବର୍ ସମ୍ଭାଳୁଥିବା ବେଳେ ୨୦୦୭-୦୮ରେ ଅଲିବାଗସ୍ଥିତ ଥାଲରେ ୧.୩ ଏକର ଜମି କିଣିଥିଲେ। ସେ ସମୟରେ ନଡ଼ିଆ ଚାଷ କରି ଟଙ୍କା ଆୟ କରାଯିବ ବୋଲି ଉଲ୍ଲେଖ କରି ଜମି କିଣାଯାଇଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ସେଠାରେ ବିଳାସପୂର୍ଣ୍ଣ ଫାର୍ମ ହାଉସ୍ ତିଆରି କରି ଦିଆଯାଇଥିଲା। ଏହି ଫାର୍ମ ହାଉସରେ ବଲିଉଡ୍ର ଅନେକ ବଡ଼ ବଡ଼ ପାର୍ଟି ହୋଇସାରିଥିବା ସହ ଶାହାରୁଖ୍ ମଧ୍ୟ ଏଠାରେ ନିଜର ଜନ୍ମଦିନ ପାଳନ କରିଥିଲେ। ତେବେ ଦେଜା ବୁ ଫାର୍ମ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନିର ଏଭଳି ଠକେଇର ଖବର ସାମ୍ନାକୁ ଆସିବା ପରେ ୨୦୧୮ ଜାନୁଆରି ୨୯ ତାରିଖରେ ତାଙ୍କୁ ପ୍ରଥମେ ନୋଟିସ୍ ପଠାଇଥିଲେ ଜିଲ୍ଲାପାଳ। ୩.୯ କୋଟି ଟଙ୍କା ଦେବା ପରେ ଯାଇ ସମ୍ପତ୍ତିକୁ ବୈଧ ଧରାଯିବ ବୋଲି ନୋଟିସ୍ରେ ଲେଖା ଯାଇଥିଲା। ୨୦୧୮ରୁ ନୋଟିସ୍ ମିଳି ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଫାର୍ମହାଉସର ଦୁଇ ମାଲିକାଣୀ ସବିତା ଓ ନମିତା ଟଙ୍କା ଦେଇ ନଥିବା ଜଣାପଡ଼ିଛି। ଯାହା ପାଇଁ ତାଙ୍କର ବିଳାସପୂର୍ଣ୍ଣ ଫାର୍ମହାଉସ୍କୁ କୌଣସି ମୁହୂର୍ତ୍ତରେ ଭାଙ୍ଗି ଦିଆଯାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।
କିଙ୍ଗ୍ ଖାନ୍ଙ୍କ ଶାଶୂଙ୍କୁ ୩.୯ କୋଟି ଟଙ୍କା ଜରିମାନା
/sambad/media/post_attachments/wp-content/uploads/2020/03/5d4fg98d7jhd89g7jdg98j7dg98jdgjjgggggggggg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)