ଆଶୀର୍ବାଦ ଦେବାକୁ ଘରେ ପହଞ୍ଚିବା ପରେ ରଣବୀର ଓ ଆଲିଆଙ୍କୁ ଏଭଳି ଦାବି କଲେ କିନ୍ନର

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେବାପରେ ନୂଆ ଜୀବନର ଆରମ୍ଭ କରି ସାରିଛନ୍ତି ରଣବୀର କପୁର ଓ ଆଲିଆ ଭଟ୍ଟ। ଦୁହିଁଙ୍କ ବିବାହକୁ ନେଇ ଉଭୟଙ୍କ ପରିବାର ସହିତ ପ୍ରଶଂସକମାନେ ବି ଖୁସି ଅଛନ୍ତି। ସମସ୍ତେ ଏହି ନୂଆ ଯୋଡ଼ିଙ୍କୁ ଶୁଭେଚ୍ଛା ବାର୍ତ୍ତା ସହିତ ସ୍ନେହ ଦେଉଛନ୍ତି। ଇତିମଧ୍ୟରେ ରଣବୀର ଓ ଆଲିଆଙ୍କ ଖୁସିରେ କିନ୍ନର ସାମାଜ ସାମିଲ ହୋଇଛନ୍ତି। କିଛି କିନ୍ନର ଉଭୟଙ୍କୁ ଆଶୀର୍ବାଦ ଦେବାକୁ ଆଲିଆ ଓ ରଣବୀରଙ୍କ ଘରେ ପହଞ୍ଚିଛନ୍ତି।

ରଣବୀର ଓ ଆଲିଆ ଭଟ୍ଟଙ୍କ ଆପାର୍ଟମେଣ୍ଟ ବାସ୍ତୁରୁ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କିନ୍ନର ବାସ୍ତୁ ବାହାରେ ଛିଡ଼ା ହୋଇ ରଣବୀର ଓ ଆଲିଆଙ୍କ ବିବାହରେ ଖୁସି ହୋଇ ନାଚୁଛନ୍ତି। ଏଥିସହିତ ସେମାନେ ସଗୁନର ବି ଦାବି କରୁଛନ୍ତି।

 

 

View this post on Instagram

 

A post shared by Viral Bhayani (@viralbhayani)

କିନ୍ନର ଆଲିଆ ଓ ରଣବୀରଙ୍କ ଠାରୁ ୧ଲକ୍ଷ ଟଙ୍କାର ସଗୁନ ଦାବି କରିଥିଲେ। କିନ୍ତୁ ପରେ ୨୧ହଜାର ଟଙ୍କା ନେଇ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ ସେଠାରୁ ଚାଲି ଯାଇଥିଲେ।

ତେବେ ରଣବୀର ଓ ଆଲିଆ ଗତ ୫ବର୍ଷ ହେବ ରିଲେସନସିପରେ ଥିଲେ। ଏପ୍ରିଲ ୧୪ରେ ଦୁହେଁ ବିବାହ କରି ନୂଆ ଜୀବନ ଆରମ୍ଭ କରିଛନ୍ତି। ନୂଆକରି ବୈବାହିକ ଜୀବନ ଆରମ୍ଭ କରିବାକୁ ନେଇ ରଣବୀର ଓ ଆଲିଆଙ୍କୁ ଅନେକ ଶୁ‌ଭେଚ୍ଛା ବାର୍ତ୍ତା ମିଳୁଛି।

ସମ୍ବନ୍ଧିତ ଖବର