ମାତ୍ର ୩୧ ବର୍ଷ ବୟସରେ ଆଖି ବୁଜିଲେ ଏହି ଅଭିନେତା, ୩୦୦ରୁ ଅଧିକ ମ୍ୟୁଜିକ ଭିଡିଓରେ ଆସିଥିଲେ ନଜର

ଗୌହାଟୀ: ଅକାଳରେ ଲିଭିଗଲା ଜଣେ ୩୧ ବର୍ଷୀୟ ଅଭିନେତାଙ୍କ ଜୀବନ ଦୀପ | ନିଜର ଅଭିନୟ ଓ କଣ୍ଠ ଦ୍ୱାରା ଖୁବ କମ ଦିନରେ ଶ୍ରୋତାଙ୍କୁ ନିଜର କରିପାରିଥିବା ଅଭିନେତାଙ୍କ ମୃତ୍ୟୁ ହୋଇଯାଇଛି | ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିବା ଆସାମର ଅଭିନେତା ତଥା ଗାୟକ କିଶୋର ଦାସଙ୍କ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୩୧ ବର୍ଷ ବୟସ ହୋଇଥିଲା। ସୂଚନାନୁସାରେ, କିଶୋର ଦାସ ଦୀର୍ଘ ଦିନ ଧରି କର୍କଟ ରୋଗ ସହ ଲଢୁଥିଲେ ।

କିଶୋର ଦାସଙ୍କ ମୃତ୍ୟୁ ପରେ ଆସାମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ସୂଚନା ଥାଉ କି ଯେ ଚେନ୍ନାଇର ଏକ ଡାକ୍ତରଖାନାରେ କିଶୋର ଦାସଙ୍କ ଚିକିତ୍ସା ଚାଲିଥିଲା। କିଛି ସମୟ ପାଇଁ ସେ ଗୌହାଟୀରେ ଚିକିତ୍ସିତ ହେଉଥିଲେ। ତେବେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ମାର୍ଚ୍ଚ ୨୦୨୧ରେ ଚେନ୍ନାଇକୁ ସ୍ଥାନାନ୍ତର କରାଯାଇଥିଲା। କର୍କଟ ସହିତ ଦୀର୍ଘ ଦିନ ଧରି ଲଢେଇ କରିବା ଯୁଦ୍ଧ କରିବା ପରେ ସେ ଆଜି ଦୁନିଆରୁ ବିଦାୟ ଦେଇଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ କିଶୋର ଦାସଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ସେ କୋଭିଡରେ ଆକ୍ରାନ୍ତ ହେବା ପରେ ତାଙ୍କର ଶାରୀରିକ ସମସ୍ୟା ଆହୁରି ଅଧିକ ବିଗିଡି ଯାଇଥିଲା | କିଶୋର ଦାସଙ୍କର ଆସାମରେ ବହୁ ସଂଖ୍ୟାରେ ପ୍ରଶଂସକ ଥିବାବେଳେ ତାଙ୍କର ଅକାଳ ବିୟୋଗରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିଶୋର ଦାସ ୩୦୦ରୁ ଅଧିକ ମ୍ୟୁଜିକ୍ ଭିଡିଓରେ କାମ କରିଛନ୍ତି | ଟିଭି ସିରିଏଲ ବ୍ୟତୀତ ସେ ଅନେକ କ୍ଷୁଦ୍ର ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। କିଶୋର ଦାସ ଲୋକପ୍ରିୟ ରିୟଲିଟି ସୋ ‘ଇଣ୍ଡିଆଜ ଗଟ୍ ଟ୍ୟାଲେଣ୍ଟ୍’ ଏବଂ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ମଧ୍ୟ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର