ମୁମ୍ବାଇ: ବଲିଉଡ୍ ଷ୍ଟାର୍ ଓ କ୍ରିକେଟର୍ଙ୍କ ପ୍ରେମ କାହାଣୀ କିଛି ନୂଆ କଥା ନୁହେଁ। ପୂର୍ବରୁ ବି ଅନେକ ବଲିଉଡ୍ ଅଭିନେତ୍ରୀ କ୍ରିକେଟ୍ରଙ୍କୁ ବିବାହ କରି ସାରିଛନ୍ତି। ବିରାଟ କୋହଲି ଓ ଅନୁଷ୍କା ଶର୍ମା ତାହାର ସଦ୍ୟ ଉଦାହରଣ। ପୁଣି ଏକ କ୍ରିକେଟର୍ ଓ ବଲିଉଡ୍ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହେବେ। ସେମାନେ ହେଲେ କ୍ରିକେଟର୍ କେ ଏଲ୍ ରାହୁଲ ଓ ଅଭିନେତ୍ରୀ ତଥା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ।
ମାତ୍ର ଶୁଣିବାକୁ ମିଳୁଛି ଯେ ଏହି ଯୋଡ଼ି ୨୦୨୨ରେ ବିବାହ କରିବେ ନାହିଁ। ସେମାନେ ଏବେ ଏକ ଭଡ଼ା ଘରେ ରହିବେ। ଏହି ଘର ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଘର ‘ବାସ୍ତୁ’ ପାଖରେ ବୋଲି ଜାଣିବାକୁ ମିଳିଛି।
ପୂର୍ବରୁ କଥା ଉଠିଥିଲା ଯେ କେଏଲ୍ ରାହୁଲ ଓ ଆଥିଆ ବାନ୍ଦ୍ରାର କାର୍ଟର ରୋଡ୍ରେ ଏକ ୪ବିଏଚ୍କେ ପ୍ଲାଟ୍ ନେବେ। ଯାହାର ଭଡ଼ା ମାସକୁ ୧୦ ଲକ୍ଷ ଟଙ୍କା ପଡ଼ିବ। ତା’ପରେ ସେମାନେ ବିବାହ କରିବେ। ମାତ୍ର ଏବେ ସେମାନଙ୍କ ବିବାହ କଥା ଥମି ଯାଇଛି। ସେମାନଙ୍କ ବିବାହ ଏବେ ହେବାର ନାହିଁ। ତେବେ, ସେମାନେ ମୁମ୍ବାଇର ପାଲି ହିଲ୍ରେ ଏକ ବଡ଼ ବିଲ୍ଡିଂରେ ପୂରା ନବମ ପ୍ଲୋର୍କୁ ଭଡ଼ାରେ ନେବେ ବୋଲି ସୂଚନା ରହିଛି। ଏହାର ଇଣ୍ଟେରିୟର ଡିଜାଇନିଂ ସୁନୀଲ ସେଟ୍ଟୀଙ୍କ ପତ୍ନୀ ମାନା ସେଟ୍ଟୀ କରିବେ। ଆପଣ ଜାଣିଥିବେ ନିଶ୍ଚୟ ଯେ ମାନା ଜଣେ ଜଣାଶୁଣା ଇଣ୍ଟେରିୟର୍ ଡିଜାଇନର୍।