ବିବାହରେ ଆଥିଆ ପିନ୍ଧିଥିବା ଲେହେଙ୍ଗାକୁ ନେଇ ଚର୍ଚ୍ଚା, ତିଆରି କରିବାକୁ ଲାଗିଥିଲା ୪୧୬ଦିନ

ମୁମ୍ବାଇ: ସୋମବାର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ ଅଭିନେତ୍ରୀ ତଥା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ ଓ କ୍ରିକେଟର୍‌ କେ.ଏଲ୍ ରାହୁଲ । ଦୀର୍ଘ ବର୍ଷ ପ୍ରେମ ସଂପର୍କରେ ରହିବା ପରେ ଶେଷରେ ସୁନୀଲଙ୍କ ଖଣ୍ଡାଲାସ୍ଥିତ ଫାର୍ମହାଉସ୍‌ରେ ଝିଅ ଆଥିଆଙ୍କର କ୍ରିକେଟର୍‌ କେ.ଏଲ୍ ରାହୁଲଙ୍କ ସହ ବିବାହ ହୋଇଥିଲା। ଏହି ବିବାହରେ ବଲିଉଡର ଅନେକ କଳାକାର ଓ ଅନେକ କ୍ରିକେଟ ତାରକା ନଜର ଆସିଥିଲେ। ସହର‌ର କୋଳାହଳଠାରୁ ବହୁ ଦୂରରେ ଆଥିଆଙ୍କର ବିବାହ ହୋଇଥିଲା।

अथिया शेट्टी और केएल राहुल
amarujala

ତେବେ ବିବାହରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଆଥିଆଙ୍କ ଲେହେଙ୍ଗା। ଆଥିଆ ପିନ୍ଧିଥିବା ଲେହେଙ୍ଗା ପାଇଁ ତାଙ୍କ ଉପରୁ କେହି ନଜର ହଟାଇପାରୁନଥିଲେ। ଆଥିଆ ସେଟ୍ଟୀ ନିଜ ବିବାହରେ ପିନ୍ଧିଥିବା ଲେହେଙ୍ଗାକୁ ଡିଜାଇନର୍ ଅନାମିକା ଖାନ୍ନା ସ୍ୱତନ୍ତ୍ର ଭାବେ ଡିଜାଇନ୍ କରିଥିଲେ। ଆଜ୍ଞା ହଁ, ଏହି ଲେହେଙ୍ଗା ପ୍ରସ୍ତୁତ କରିବାକୁ ଅନାମିକା ଖାନ୍ନାଙ୍କୁ ୪୧୬ ଦିନ ଲାଗିଥିଲେ। ଡିଜାଇନର୍ ତାଙ୍କ ପୁରା ଟିମ୍ ସହିତ ଏହାକୁ ଆଥିଆ ସେଟ୍ଟୀଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରିଥିଲେ। ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଡିଜାଇନର୍ ନିଜେ ଏହା ପ୍ରକାଶ କରିଛନ୍ତି।

अथिया शेट्टी और केएल राहुल
amarujala

ସୋମବାର ବିବାହ ହୋଇଥିବା ବେଳେ ଦୁହିଁଙ୍କ ବିବାହରେ ବଲିଉଡ ସୁପରଷ୍ଟାର ଅନୁପମ ଖେର୍, ଟାଇଗର ଶ୍ରଫଙ୍କ ଭଉଣୀ କ୍ରିଷ୍ଣା ଶ୍ରପ୍, ‌ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ପହଞ୍ଚିଥିବା ଦେଖାଯାଇଥିଲା। ଏହା ସହ କ୍ରିକେଟର ଇଶାନ୍ତ ଶର୍ମା ମଧ୍ୟ ଆଥିଆ-ରାହୁଲଙ୍କ ବିବାହରେ ଯୋଗ ଦେଇଥିବା ଦେଖାଯାଇଥିଲା।

ବିବାହ ଶେଷ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁନୀଲ ସେଟ୍ଟୀ କହିଥିଲେ, ମୁଁ ରାହୁଲଙ୍କ ଶଶୁର ନୁହେଁ ବାପା ହେବାକୁ ଚାହେଁ। ଆଜି ବିବାହ ହୋଇଥିବା ବେଳେ ଆଇପିଏଲ ପରେ ବିବାହ ଭୋଜି ରଖାଯିବ।

ସମ୍ବନ୍ଧିତ ଖବର