ମୁମ୍ବାଇ: ବଲିଉଡ୍ର ବାଜିରାଓ ମସ୍ତାନି ଅଭିନେତା ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କ ବିବାହ ଉତ୍ସବ ନଭେମ୍ବର ୧୪ ଏବଂ ୧୫ ଅନୁଷ୍ଠିତ ହେବାକୁ ଯାଉଛି । ଏ ନେଇ କିଛି ଦିନ ତଳେ ଦୁହେଁ ସୋସିଆଲ ମିଡ଼ିଆରେ ନିମନ୍ତ୍ରଣ ପତ୍ରର ଫଟୋ ପୋଷ୍ଟ କରି ବିବାହର ଅଧିକାରୀକ ଘୋଷଣା କରିଥିଲେ । ଏହି ଖବର ଆସିବା ପରେ ଏବେ ତାଙ୍କ ପ୍ରଶଂସକମାନେ ଦୁହିଁଙ୍କ ବିବାହ ଦିନକୁ ଅନାଇ ବସିଛନ୍ତି । କିନ୍ତୁ ବିବାହ ପୂର୍ବରୁ ଦୀପିକା ନିଜ ଇଚ୍ଛା ବିଷୟରେ ଜଣାଇଥିବା ଦେଖାଯାଇଛି ।
DNA Indiaଏକ ସାକ୍ଷାତକାରରେ ଯୋଗ ଦେଇ, "ବିବାହକୁ ନେଇ ଗୋଟେ ଝିଅ ଯେତିକି ଉତ୍ସାହିତ ଥାଏ ମୁଁ ମଧ୍ୟ ସେତିକି ଅଛି" ବୋଲି କହିଥିଲେ ଦୀପିକା । ବିବାହ ପରେ ଜୀବନଶୈଳୀ ବଦଳିବା ବିଷୟରେ ପଚରାଯିବା ପରେ,"ମୋତେ ଲାଗୁନି ମୁଁ ବିବାହ ପରେ ବଦଳିଯିବି । ମୁଁ ମୋ ମାତା-ପିତାଙ୍କର ବହୁତ ବଡ଼ ଫ୍ୟାନ୍ । ମୁଁ ଚାହୁଁଛି କି ମୋର ମଧ୍ୟ ଦାମ୍ପତ୍ୟ ଜୀବନ ତାଙ୍କ ଭଳି ହେଉ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/article-l-20181227063825598000.jpg)