ବିଗ୍‌ ବସ୍‌ ଘରୁ ବାହାରିବା ପରେ କୋଏନାଙ୍କ ବୟାନ: ଏହି ସୋ’ ଶିକ୍ଷିତା, ବୁଦ୍ଧିମତୀ ଓ ସମ୍ମାନସ୍ପଦା ମହିଳାଙ୍କ ପାଇଁ ନୁହେଁ

ନୂଆଦିଲ୍ଲୀ : ଆରମ୍ଭ ହେବା ପରଠାରୁ ବିବାଦରେ ରହିଛି ବିଗ୍‌ ବସ୍‌-୧୩ । ପ୍ରଥମେ ସୋ’ର ବିଷୟବସ୍ତୁକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ଏବେ ସୋ’ର ପ୍ରତିଯୋଗୀ ପକ୍ଷପାତର ଅଭିଯୋଗ ଆଣିଛନ୍ତି । ଗତ ସପ୍ତାହରେ ସୋ’ର ଦୁଇଜଣ ପ୍ରତିଯୋଗୀ ଘରୁ ବାହାରିଥିଲେ । ସେ ମଧ୍ୟରେ ଥିଲେ ଅଭିନେତ୍ରୀ କୋଏନା ମିତ୍ର ଥିଲେ । ଘରୁ ବାହାରିବା ପରେ କୋଏନା ସଲମାନଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଛନ୍ତି । ଏମିତି କି ସୋସିଆଲ ମିଡିଆରେ କୋଏନାଙ୍କୁ ଘରୁ ବାହାର କରି ଦିଆଯିବାକୁ ବିରୋଧ କରାଯାଉଛି ।

Koena Mitra blame BIGG BOSS 13
oneindia.com

ଘର ବାହାରକୁ ଆସିବା ପରେ କୋଏନା କହିଛନ୍ତି, ସଲମାନ ମୋତେ ମୋ କଥା ରଖିବାର ସୁଯୋଗ ଦେଲେ ନାହିଁ । ସବୁବେଳେ ସେ ଅନ୍ୟକୁ ସୁଯୋଗ ଦେଉଥିଲେ । ଶହନାଜ୍‌ ମୋତେ ଥଟ୍ଟା କରୁଥିବାର ଅଭିଯୋଗ ମୁଁ ସଲମାନଙ୍କ ଆଗରେ କରିବା ପରେ ଲୋକେ ଏହାକୁ ପସନ୍ଦ କରୁଛନ୍ତି ବୋଲି କହି ସେ ଶହନାଜ୍‌ଙ୍କୁ କିଛି କହି ନଥିଲେ । ବ୍ୟକ୍ତିଗତ ଭାବରେ ସେ ଶହନାଜଙ୍କୁ ସମର୍ଥନ କରୁଛନ୍ତି । ମୁଁ ଘର ବାହାରକୁ ଆସିବା ପରେ ସଲମାନଙ୍କୁ ପଚାରିଥିଲି କି, ଲୋକେ କ’ଣ ଗରିମା ଓ ସିଦ୍ଧାନ୍ତକୁ ପସନ୍ଦ କରିବେନି କି? ଏହାର ଉତ୍ତରରେ ସେ ମୋତେ କହିଥିଲେ ଏଥିପାଇଁ ଅଲଗା ପ୍ଲାଟଫର୍ମ ରହିଛି । ତାଙ୍କର ଏଭଳି ମତ ଏହି ସୋ’ ଶିକ୍ଷିତ, ବୁଦ୍ଧିମାନ ଓ ସମ୍ମାନଜନକ ମହିଳାମାନଙ୍କ ପାଇଁ ନୁହେଁ ବୋଲି ପ୍ରମାଣ କରିଛି ।

ସମ୍ବନ୍ଧିତ ଖବର