ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ବଡ଼ ଘୋଷଣା। ଲୋକପ୍ରିୟ ଟକ୍ ସୋ କଫି ୱିଥ୍ କରଣକୁ ନେଇ କରଣ ଜୋହର କରିଥିବା ଘୋଷଣା ପ୍ରଶଂସକମାନଙ୍କୁ ଚକିତ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡ ସେଲିବ୍ରିଟିଙ୍କ ଅନେକ ରହସ୍ୟ ଉନ୍ମୋଚନ କରିଥିବା କରଣଙ୍କ ଟକ୍ ସୋ’ କଫି ୱିଥ୍ କରଣକୁ ବିଦାୟ ଦେବାର ସମୟ ଆସିଛି। ନିଜର ଏହି ସୋ’କୁ କରଣ ଅନେକ ତାରକାଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ଜନସାଧାରଣଙ୍କ ସାମ୍ନାକୁ ସେମାନଙ୍କ ଅନେକ ରହସ୍ୟ ଆଣିଥିଲେ। ହେଲେ ଏବେ କରଣଙ୍କ ଏହି ଟକ୍ ସୋ ଆଉ ପରଦାରେ ନଜର ଆସିବ ନାହିଁ ବୋଲି ଜଣାପଡ଼ିଛି। କରଣ ଜୋହର ନିଜେ ଏହା ଘୋଷଣା କରିଛନ୍ତି।

Advertisment

କରଣ ଜୋହର ଏହି ଦୁଃଖଦ ଖବର ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଦେଇଛନ୍ତି। ସେ ଲେଖିଛନ୍ତି- 'ହେଲୋ, କଫି ୱିଥ୍ କରଣ ମୋର ଏବଂ ଆପଣଙ୍କ ଜୀବନରେ ଏକ ଅଂଶ ହୋଇ ରହିଥିଲା। ମୁଁ ଭାବୁଛି ଏହି ସୋ’ କିଛି ପ୍ରଭାବ ପକାଇଛି ଏବଂ ପପ୍ ସଂସ୍କୃତି ଇତିହାସରେ ଏକ ସ୍ଥାନ ସୃଷ୍ଟି କରିପାରିଛି। ଏବଂ ସେଥିପାଇଁ ଭାରି ହୃଦୟ ସହ ମୁଁ ଘୋଷଣା କରୁଛି ଯେ କଫି ୱିଥ୍ କରଣ ଆଉ ଫେରିବ ନାହିଁ।

publive-image

ତେବେ କିଛି ଏହି ଖବର ଶୁଣି ଦୁଃଖପ୍ରକାଶ କରୁଥିବା ବେଳେ କିଛି ଏହାକୁ ଶୁଣି ଖୁସି ହୋଇଛନ୍ତି। ନିକଟରେ ଚର୍ଚ୍ଚା ହୋଇଥିଲା ଯେ କଫି ୱିଥ୍ କରଣ ଜୁନ୍ ମାସରେ ଆରମ୍ଭ ହେବାକୁ ଯାଉଛି। ଏହି ସୋ’ରେ ବଲିଉଡ ଅଭିନେତା ବିକି କୌଶଲ, ଅଭିନେତ୍ରୀ କ୍ୟାଟ୍ରିନା କୈଫ, ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ନଜର ଆସିବେ ବୋଲି କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ କରଣଙ୍କ ଘୋଷଣା ପ୍ରଶଂସକଙ୍କ ସମସ୍ତ ସ୍ୱପ୍ନକୁ ଭାଙ୍ଗି ଦେଇଛି।