ବିବାଦର ଏତେ ଦିନ ପରେ ମୁହଁ ଖୋଲିଲେ କରଣ: ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏବଂ କେ.ଏଲ୍‌ ରାହୁଲଙ୍କ ବିବାଦୀୟ ବୟାନ ପାଇଁ ନିଜକୁ ଦାୟୀ କଲେ

ମୁମ୍ବାଇ : କିଛି ଦିନ ତଳେ କରଣ ଜୋହରଙ୍କ ଚାଟ୍‌ ସୋ’ ‘କଫି ଉଇଥ୍‌ କରଣର ସିଜିନ୍‌-୬’ରେ ପହଞ୍ଚିଥିଲେ ଭାରତୀୟ କ୍ରିକେଟର ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏବଂ କେ.ଏଲ୍‌ ରାହୁଲ । ଏହି ସମୟରେ ଦୁହିଁଙ୍କୁ କରଣଙ୍କ କଡ଼ା ପ୍ରଶ୍ନର ଜବାବ ଦେବାକୁ ପଡ଼ିଥିଲା । କରଣଙ୍କ ଏକ ପ୍ରଶ୍ନରେ ହାର୍ଦ୍ଦିକ ମହିଳାଙ୍କୁ ନେଇ  ବୟାନ ଦେଇଥିଲେ । ଯାହା ପରେ ସେ ଦେଇଥିବା ବୟାନକୁ ନେଇ ବିବାଦ ଆରମ୍ଭ ହୋଇ ଯାଇଥିଲା । ମହିଳାମାନଙ୍କୁ ଅସମ୍ମାନ କରିଥିବା ନେଇ ଦୁହିଁଙ୍କୁ ଖେଳରୁ ବାସନ୍ଦ କରାଯାଇଥିଲା । କରଣଙ୍କ ସୋ’କୁ ଯିବା ପରେ ଦୁହିଁଙ୍କ ଜୀବନରେ ଏତେ ବଡ଼ ଝଡ଼ ଆସିଥିବାରୁ ଏବେ ନିଜକୁ ଦାୟୀ କରିଛନ୍ତି କରଣ । ଏତେ ଦିନ ପରେ ସେ ସାମ୍ନାକୁ ଆସି ହେଉଥିବା ବିବାଦ ଉପରେ ନିଜର ମତ ରଖିଛନ୍ତି ।

India Today

କରଣ କହିଛନ୍ତି,  “ମୁଁ କେବଳ ଏତିକି କହିବାକୁ ଚାହୁଁଛି କି,ଯାହା ବି ବିବାଦ ହୋଇଛି,ସେ ନେଇ ମୁଁ ଦୁଃଖିତ । ମୋର ସୋ’ ଥିଲା । ମୋର ପ୍ଲାଟଫର୍ମ ଥିଲା । ମୁଁ ଦୁହିଁଙ୍କୁ ଅତିଥି ହିସାବରେ ମୋ ସୋ’କୁ ଡ଼ାକିଥିଲି । ସେଥି ପାଇଁ ସେମାନେ କହିଥିବା କଥାକୁ ନେଇ ମୋର ଦାୟିତ୍ୱ ରହିଛି। ଦୁହିଁଙ୍କୁ ନେଇ ବିବାଦ ହେବା ପରେ ମୁଁ ଅନେକ ରାତି ପର୍ଯ୍ୟନ୍ତ ଶୋଇ ପାରି ନାହିଁ । ଦୁହିଁଙ୍କର ମୋ ପାଇଁ ହୋଇଥିବା କ୍ଷତିର ଭରଣା ମୁଁ କେମିତି କରିବି ତାହା ଭାବୁଛି । ମୋତେ ଶୁଣିବ କିଏ?ହଠାତ୍‌ ଏ ସବୁ ନିୟନ୍ତ୍ରଣ ବାହାରକୁ ଚାଲିଗଲା । ଏ ସବୁ ମୋର ଚାଟ୍‌ ସୋ’ରେ ହୋଇଥିବାରୁ ମୁଁ କ୍ଷମା ମାଗୁଛି।”

ସମ୍ବନ୍ଧିତ ଖବର