ଚଙ୍କି ପାଣ୍ଡେଙ୍କ ଗେହ୍ଲି ଝିଅ ଅନନ୍ୟ ପାଣ୍ଡେ। ଏବେ ବଲିଉଡ୍ର ଉଦୀୟମାନ ଅଭିନେତ୍ରୀମାନଙ୍କ ମଧ୍ୟରେ ତାଙ୍କ ନାଁ ଯୋଡ଼ି ହୋଇଯାଇଛି। ନିକଟରେ ଅନନ୍ୟା ଅବସର ସମୟ ବିତାଇବାକୁ ପହଞ୍ଚିଥିଲେ ଏକ ବେଳାଭୂମିରେ। ସେଠାରେ ସେ ଏକ ମିନି ହ୍ବାଇଟ୍ ପୋଷାକ ପିନ୍ଧି ମଜା ନେଉଥିଲେ। ଖାଲି ସେତିକି ନୁହେଁ, ଏଭଳି ପୋଜ-କମ୍ପୋଜର କିଛି ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସେ ଏହାର କ୍ୟାପସନ୍ ଲେଖିଛନ୍ତି ‘ହେଭିଙ୍ଗ୍ ମାଇଁ କହୋ ନା ପ୍ୟାର୍ ହୈ ମୋମେଣ୍ଟ ଉଇଥ ମାଇଁସେଲ୍ଫ’।
ବାସ୍ତବରେ ଅନନ୍ୟାଙ୍କ ଏଇ ଛବି ସୂର୍ଯ୍ୟଙ୍କ ଉଜ୍ବଳ ଆଭା ପରି ଦୃଶ୍ୟମାନ ହେଉଛି। ପାନ୍ ଇଣ୍ଡିଆ ଫିଲ୍ମ ବିଜୟ ଦେବରାକେଣ୍ଡାଙ୍କ ‘ଲିଜର’ର ନାୟିକା ସାଜିଛନ୍ତି ଅନନ୍ୟା। ଏହା ବ୍ୟତୀତ ସକୁନ ବାତ୍ରାଙ୍କ ନିର୍ଦ୍ଦେଶିତ ଏକ ଅନଟାଇଟଲଡ୍ ମୁଭିରେ ମଧ୍ୟ ଦୀପିକା ପାଦୁକୋନ୍ ଓ ସିଦ୍ଧାର୍ଥ ଚୁତୁର୍ବେଦୀଙ୍କ ସହ ଅନନ୍ୟା ଏକ ପ୍ରମୁଖ ଭୂମିକାରେ ଅଛନ୍ତି। ଷ୍ଟୁଡେଣ୍ଟ୍ସ ଅଫ୍ ଦ ଇୟର୍-୨, ପତି ପତ୍ନୀ ଔର୍ ବୋ, ଅଙ୍ଗ୍ରେଜି ମିଡିଅମ୍, ଖାଲି ପିଲି ପରି ସିନେମାରେ ଅଭିନୟ କରି ଅନନ୍ୟା ଚର୍ଚ୍ଚିତ ହେଇଛନ୍ତି। କେବଳ ଷ୍ଟାର୍ ଡଟର୍ ବ୍ୟାକଗ୍ରାଉଣ୍ଡ ନୁହେଁ, ବରଂ ଅଭିନୟରେ ନିଜର ଦକ୍ଷତା ଦେଖାଉଛନ୍ତି ଅନନ୍ୟା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/parada_Ananya-Panday.jpg)