କ୍ରୀତି ବାଦ୍ ପଡ଼ିବା ପରେ ବିଗ୍ ବିଙ୍କ ସହ କାମ କରିବାର ସୁଯୋଗ ପାଇଲେ ଏହି ଟେଲି ଅଭିନେତ୍ରୀ

ମୁମ୍ବାଇ: କିଛି ଦିନ ତଳେ ନିଜର ନଖରା ପାଇଁ ସାଉଥ୍ ସୁପରଷ୍ଟାର କ୍ରୀତି ଖରବନ୍ଦାଙ୍କୁ ଫିଲ୍ମ ‘ଚେହେରା’ରୁ ବାଦ୍ ଦିଆଯାଇଥିଲା। ଫିଲ୍ମର ସୁଟିଂ ସମୟରେ ସେ ନିଜ ହିସାବରେ ଦୃଶ୍ୟ ସୁଟ୍ କରିବାକୁ ଚାହୁଁଥିବାରୁ ତାଙ୍କୁ ବାହାରର ରାସ୍ତା ଦେଖାଇଥିଲେ ଫିଲ୍ମର ନିର୍ମାତା। ତେବେ ଫିଲ୍ମର କିଛି ଭାଗ ସୁଟ୍ ହୋଇ ସାରିଥିବା ବେଳେ କ୍ରୀତିଙ୍କୁ ବାହାର କରାଯିବାରୁ ତୁରନ୍ତ ନୂଆ ଅଭିନେତ୍ରୀଙ୍କୁ ଖୋଜିବା କାମ ଆରମ୍ଭ ହୋଇଥିଲା। ଏବେ ଫିିଲ୍ମ ନିର୍ମତାଙ୍କୁ ଫିଲ୍ମ ପାଇଁ ନୂଆ ଅଭିନେତ୍ରୀ ମିଳି ଯାଇଥିବା ଜଣା ପଡ଼ିଛି।

Image result for krystle-dsouza
India Forums

ତେବେ ସେ କୌଣସି ଫିଲ୍ମ ଅଭିନେତ୍ରୀ ନୁହନ୍ତି, ବରଂ ଜଣେ ଟେଲି ଅଭିନେତ୍ରୀଙ୍କୁ ଫିଲ୍ମ ‘ଚେହେରା’ରେ ସୁଯୋଗ ମିଳିଥିବା ଜଣା ପଡ଼ିଛି। ଅଭିନେତ୍ରୀ କ୍ରିଷ୍ଟଲ ଡି’ସୁଜାଙ୍କୁ ଏହି ଫିଲ୍ମରେ ସୁଯୋଗ ମିଳିଥିବା ନେଇ ସୂଚନା ମିଳିଛି। କ୍ରୀତିଙ୍କ ପରେ ଅଭିନେତ୍ରୀ ମୌନି ରଏ ଓ ଅଙ୍କିତା ଲୋଖଣ୍ଡେ ଫିଲ୍ମ ପାଇଁ ଅଡିସନ ଦେଇଥ‌ିଲେ। କିନ୍ତୁ ଦୁହିଁଙ୍କୁ ଏହି ଫିଲ୍ମରେ ସୁଯୋଗ ମିଳି ନଥିଲା। କିନ୍ତୁ ଏବେ ଫିଲ୍ମରେ କାମ କରିବାର ସୁଯୋଗ କ୍ରିଷ୍ଟଲଙ୍କୁ ମିଳିଥିବା ଜଣା ପଡ଼ିଛି। ଏହି ଫିଲ୍ମ ଜରିଆରେ କ୍ରିଷ୍ଟଲ ବଲିଉଡରେ ଡେବ୍ୟୁ କରିବେ।

ସମ୍ବନ୍ଧିତ ଖବର