ଏହି ବଲିଉଡ ନାୟିକାଙ୍କର ଇନ୍‌ଷ୍ଟାଗ୍ରାମ୍‌ ହ୍ୟାକ୍‌ ହେଲା

ମୁମ୍ବାଇ: ବଲିଉଡ ସେଲିବ୍ରିଟିଙ୍କର ଇନ୍‌ଷ୍ଟାଗ୍ରାମ୍‌ ହ୍ୟାକ୍‌ ହେବା କଥା କିଛି ନୂଆ ନୁହେଁ। ଏବେ ଜଣେ ନାୟିକାଙ୍କ କ୍ଷେତ୍ରରେ ସେଭଳି ଘଟିଛି। ଏହି ନାୟିକା ଜଣକ ହେଲେ କ୍ରିତି ସାନନ୍‌। ସେ ହିରୋପନ୍ତୀ, ବରେଲି କି ବାର୍ଫି, ଦିଲଓ୍ଵାଲେ ଓ ରାବ୍‌ତା ଭଳି ସିନେମାର ନାୟିକା ଭାବେ ଚର୍ଚ୍ଚିତା । ହଁ କ୍ରିତି ସାନନ୍‌ଙ୍କର ଇନ୍‌ଷ୍ଟାଗ୍ରାମ୍‌ ହ୍ୟାକ୍‌ ହୋଇଯାଇଛି। ମିଡିଆରେ ଚର୍ଚ୍ଚାରେ ଥିବା ଏହି ଖବର ଅନୁଯାୟୀ ନିଜର ଇନ୍‌ଷ୍ଟାଗ୍ରାମ୍‌ ହ୍ୟାକ୍‌ ହୋଇଥିବା ନିଜେ କ୍ରିତି ସାନନ୍‌ ହିଁ ହୋଇଛନ୍ତି। ସେ ଟ୍ୟୁଟ୍‌ କରି ଲେଖିଥିଲେ ଯେ ମୋତେ ନୂଆ ଆକାଉଣ୍ଟରେ ଫଲୋ କରନ୍ତୁ ।


କ୍ରିତି ସାନନ୍‌ ତାଙ୍କର ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଥିବାର ସୂଚନା ଦେବାର କିଛି ସମୟ ପରେ ପୁଣି ଠିକ୍‌ ହୋଇଥିବା କୁହାଗଲା। କୁହାଯାଉଛି ଯେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସହ ଆଫେଆର୍‌ ଶେଷ ହୋଇଥିବା ଖବର ପ୍ରଚାରିତ ହେବାପରେ ଏଭଳି ହୋଇଛି । କ୍ରିତି ଆଉ ସୁଶାନ୍ତଙ୍କ ସାଥୀ ହୋଇ ନାହାନ୍ତି।

ସମ୍ବନ୍ଧିତ ଖବର