#ମିଠୁ ଟ୍ରେଣ୍ଡ ଉପରେ ମୁହଁ ଖୋଲିଲେ କ୍ରିତି ସନନ, ପ୍ରତ୍ୟେକ ଇଣ୍ଡଷ୍ଟ୍ରିରେ ଏହି ଅଭିଯାନ ଭୟ ସୃଷ୍ଟି କରିଛି

ମୁମ୍ବାଇ: ଗୋଟାଏ ବର୍ଷ ପୂର୍ବରୁ, ୨୦୧୮ ମସିହାରେ ଦେଶରେ ଚାଲିଥିଲା #ମିଠୁ ଟ୍ରେଣ୍ଡ୍‌। ପ୍ରତି ଦିନ କେଉଁ ନା କେଉଁ ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ କିମ୍ବା ପ୍ରଯୋଜକଙ୍କ ନାମ ଏଥିରେ ଯୋଡ଼ି ହେଉଥିବାର ଦେଖିବାକୁ ମିଳିଥିଲା। ଅନେକ ପୀଡ଼ିତା ଗଣମାଧ୍ୟମରୁ ନେଇ ସାମାଜିକ ଗଣମାଧ୍ୟମରେ #ମିଠୁ ଲେଖି ନିଜର ମୁହଁ ଖୋଲିଥିବାର ଦେଖିବାକୁ ମିଳିଥିଲେ।

DNA India

ଏ ସଂପର୍କରେ ନିଜର ମତ ରଖିଛନ୍ତି ବଲିଉଡ୍‌ ଅଭିନେତ୍ରୀ କ୍ରିତି ସନନ। ସେ କହିଛନ୍ତି, ‘ସୋସିଆଲ୍‌ ମିଡିଆରେ ହେଉଥିବା ଏହି ଅଭିଯାନ ପାଇଁ ଏଯାବତ୍‌ କେହି ଦଣ୍ଡିତ ହୋଇନାହାନ୍ତି। ମାତ୍ର ଏହା ସତ ଯେ ଅଭିଯାନଟି ଗୁରୁତ୍ୱପୂର୍ଣ୍ଣ। ଏହି ଅଭିଯାନ ପାଇଁ ପ୍ରତ୍ୟେକ ଇଣ୍ଡଷ୍ଟ୍ରିରେ ଏକ ଭୟ ସୃଷ୍ଟି ହୋଇଛି। ଯାହାକି ଅତ୍ୟନ୍ତ ଜରୁରୀ ଥିଲା। ’ ଏହାବ୍ୟତୀତ ‘ଆଇଫିଲ୍‌ୟୁଗର୍ଲ’ ନାମକ ଏକ ଶୀର୍ଷକରେ ହେଉଥିବା ‘ଇଣ୍ଡିଆ ଟୁଡେ କନ୍‌କ୍ଲେବ୍‌ ମୁମ୍ବାଇ ୨୦୧୯’ରେ କ୍ରିତି ବଲିଉଡ୍‌ରେ ମହିଳାମାନଙ୍କ ସ୍ୱତନ୍ତ୍ରତା, ସମାନତା ଓ ରଚନାତ୍ମକ ଉପରେ ନିଜର ମତ ବ୍ୟକ୍ତ କରିଛନ୍ତି।’ ଏ ବିଷୟରେ ନିଜର ମତ ରଖିବା ପରେ ସେ ତାଙ୍କର ଖୁସି ବ୍ୟକ୍ତ କରି କହିଛନ୍ତି କି ସର୍ବସାଧାରଣରେ ଏପରି ଏକ ପ୍ରସଂଗରେ ମତ ରଖିବା ପାଇଁ ଯେକୌଣସି ପୁରୁଷ ବା ନାରୀର ସାହସ ଦରକାର।

ସମ୍ବନ୍ଧିତ ଖବର