ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଅଭିନେତ୍ରୀ କ୍ରିତି ସାନନ ତଳେ ବସିଥିବା ଦେଖିବାକୁ ମିଳୁଛି । ଏହି ଘଟଣାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।
ତେବେ ଘଟଣାଟି ହେଉଛି ଏପରି, ସିନେମା ‘ଆଦିପୁରୁଷ’ ଜୁନ ୧୬ ତାରିଖରେ ରିଲିଜ ହେବାର ଯୋଜନା ରହିଛି। ୫୦୦କୋଟି ବଜେଟରେ ତିଆରି ହୋଇଥିବା ଏହି ସିନେମା ୪୩୦୦ରୁ ଅଧିକ ସ୍କ୍ରିନରେ ମୁକ୍ତିଲାଭ କରିବ। କେବଳ ଏତିକି ନୁହେଁ ‘ଆଦିପୁରୁଷ’ ଦୁଇଟି ଆଞ୍ଚଳିକ ଭାଷା ହିନ୍ଦୀ ଓ ତେଲୁଗୁରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି।
ଏହି କ୍ରମରେ ଗତ ମଇ ୯ ତାରିଖରେ ‘ଆଦିପୁରୁଷ’ର ଟ୍ରେଲର ରିଲିଜ ହୋଇଛି। ଏହି ସିନେମା ଟ୍ରେଲର ରିଲିଜ କାର୍ଯ୍ୟକ୍ରମରେ ପ୍ରଭାସ, କ୍ରିତି ସାନନ,ନିର୍ଦ୍ଦେଶକ ଓମ ରାଉତ, ଭୁଷଣ କୁମାର ଓ ମନୋଜ ମୁଣ୍ଟାଣିର ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା କ୍ରିତି ହଲ ଭିତରେ ପ୍ରବେଶ କରିବା ପରେ ସେ ବସିବାକୁ ସ୍ଥାନ ପାଇ ନଥିଲେ। ତେଣୁ ସେ କାହାକୁ କିଛି ନକହି ତଳେ ବସି ଯାଇଥିଲେ। ଏ ଦୃଶ୍ୟ ଦେଖି ସମସ୍ତେ ନିଜନିଜ ଆସନରୁ ଉଠି ପଡ଼ି ତାଙ୍କୁ ଉପରେ ବସିବାକୁ କହିଥିଲେ। କିନ୍ତୁ ସେ ସମସ୍ତଙ୍କୁ ବୁଝାଇ କହିଥିଲେ, ‘ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ, ବସିବାର କଥା, ସେ ତଳେ ହେଉ କି ଉପରେ କିଛି ଫରକ ପଡେ ନାହିଁ।’
View this post on Instagram
ତେବେ କ୍ରିତିଙ୍କ ଏଭଳି ଭାବନାକୁ ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/୫୬-1.jpg)