ମୁମ୍ବାଇ : ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଇ ଲିଫ୍ଟରେ ଫସି ଯାଇଥିଲେ ଦିଲ୍ଓ୍ଵାଲେ ଗର୍ଲ କ୍ରିତି ସାନନ୍ । ପାଖାପାଖି ଏକ ଘଣ୍ଟା ପରେ ତାଙ୍କୁ ଲିଫ୍ଟରୁ ବାହାର କରା ଯାଇଥିଲା । କିନ୍ତୁ ମଜାଦାର କଥା ହେଉଛି, ଲିଫ୍ଟରେ ଫସିବାରେ ଚିନ୍ତା ଛାଡ଼ି ଲିପ୍ଟ ଭିତରେ ୩ଜି ନେଟ୍ଓ୍ଵାର୍କ କିପରି ଆସୁଛି ବୋଲି ସେ ଭାବିଥିଲେ । ଖାଲି ତାହା ନୁହେଁ, ସେ ଏ ବିଷୟରେ ନିଜ ଟ୍ଵିଟର ଆକାଉଣ୍ଟକୁ ଯାଇ ଟ୍ଵିଟ୍ କରିଥିଲେ ।
“ଲିପ୍ଟରେ ଫସି ଯାଇଛି..........କିନ୍ତୁ ଆଶ୍ଚର୍ଯ୍ୟ କଥା ହେଉଛି କି ଲିପ୍ଟ ଭିତରେ ୩ଜି ନେଟ୍ଓ୍ଵାର୍କ ଆସୁଛି!! ମୁମ୍ବାଇ ଭଳି ସ୍ଥାନରେ ଏହା ସମ୍ଭବ କି?” ବୋଲି ଲେଖି ଟ୍ଵିଟ୍ କରିଥିଲେ କ୍ରିତି ।
Stuck in a lift?.. surprisingly getting 3G!! Is that even possible in Mumbai??! ? #TestTweet
— Kriti Sanon (@kritisanon) February 9, 2018
କ୍ରିତିଙ୍କ ଏହି ମଜାଦାର ଟ୍ଵିଟ୍ ଆସିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କର ହାଲଚାଲ ପଚାରିବା ସହ ତାଙ୍କର ଏହି ଟ୍ଵିଟ୍କୁ ଥଟ୍ଟା କରିଥିଲେ । ଜଣେ “ବଡ଼ ବଡ଼ ଦେଶରେ ଏଭଳି ଛୋଟ ଛୋଟ କଥା ହୁଏ” ବୋଲି ମଧ୍ୟ ଟ୍ଵିଟ୍ କରି କ୍ରିତିଙ୍କ ଟ୍ଵିଟ୍କୁ ବ୍ୟଙ୍ଗ କରିଥିଲେ । ଜଣେ ପ୍ରଶଂସକ ତାଙ୍କ ଅବସ୍ଥା କିପରି ଅଛି ବୋଲି ପଚାରିବାରୁ , “ମୁଁ ଠିକ୍ ଅଛି....ଚିନ୍ତା କର ନାହିଁ...ମୋତେ ବାହାର କରିବା ପାଇଁ ମୋ ମ୍ୟାନେଜର ଚେଷ୍ଟା କରୁଛନ୍ତି....ବାସ୍ ଖାଲି ଭୋକ ଲାଗୁଛି” ବୋଲି ଟ୍ଵିଟ୍ କରିଥିଲେ କ୍ରିତି ।
Yess i am fine.. dont worry..my manager is tryin to get me out.. just restless n hungry now.. :( https://t.co/kssmYVlcYl
— Kriti Sanon (@kritisanon) February 9, 2018
ଅପରାହ୍ନ ୨.୨୨ରେ ଲିପ୍ଟରେ ଫସିଛନ୍ତି ବୋଲି ଟ୍ଵିଟ୍ କରିଥିବା ବେଳେ ୩.୧୬ରେ ତାଙ୍କୁ ବାହାର କରାଗଲା ବୋଲି ସେ ଟ୍ଵିଟ୍ କରି ଜଣାଇଥିଲେ । ଶେଷରେ ସେ ଲେଖିଥିଲେ, “ମୁଁ ବାହାରକୁ ଆସିଗଲି!!ଚିନ୍ତା କରନ୍ତୁ ନାହିଁ !! ସେ ସମୟରେ ମୋର ସାଥ୍ ଦେଇଥିବାରୁ ଧନ୍ୟବାଦ୍ । ମିଟିଙ୍ଗ ପାଇଁ ଯାଉଛି, ଯାହା ପାଇଁ ମୁଁ ଘଣ୍ଟେ ବିଳମ୍ବ ହୋଇ ଗଲିଣି।”
Ok i am out guys!! Finally! This took tooooooo long! But nothin to worry!! Thank you for the amazing and much needed time-pass ❤❤ getting into a meeting for which i am an hour late now?
— Kriti Sanon (@kritisanon) February 9, 2018