ସୁଶାନ୍ତଙ୍କ ସହ ନୁହେଁ ଏହି ନାୟକଙ୍କ ସହ ରୋମାନସ୍‌ କରିବେ କ୍ରିତି

ମୁମ୍ବାଇ: ଚଳିତ ବର୍ଷ ହଟ୍‌ ହିରୋଇନ୍‌ କ୍ରିତି ସାନନ୍‌ଙ୍କୁ ଯେଉଁ କେତୋଟି ସିନେମାରେ ଦେଖିବାକୁ ମିଳିଛି,ସେଥି ମଧ୍ୟରୁ ଗୋଟିଏ ହେଲା ‘ରବ୍‌ତା’।ଏଥିରେ କ୍ରିତି ତାଙ୍କର ବୟଫ୍ରେଣ୍ଡ୍‌ କୁହାଯାଉଥିବାା ନାୟକ ସୁଶାନ୍ତ ସିଂହ ରାଜପୁତଙ୍କ ଅପୋଜିଟ୍‌ରେ ନଜର ଆସିଥିଲେ।ଏହାର ନିର୍ଦ୍ଦେଶନା ଦେଇଥିଲେ ଦିନେଶ ଭିଜନ୍‌।
ଦିନେଶ ଭିଜନ୍‌ଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ‘ରବ୍‌ତା’ ବକ୍ସ ଅଫିସ୍‌ରେ ସୁପରଫ୍ଲପ୍‌ ହେବାପରେ ବି ସେ ଅଟକି ନାହାଁନ୍ତି।ସେ ପୁଣି ଏକ ନୂଆ ସିନେମା ନିର୍ମାଣ ଲାଗି ଅଣ୍ଟା ଭିଡ଼ିଛନ୍ତି। ଏହି ସିନେମାରେ ପୁଣି ଥରେ ନାୟିକା ଭୂମିକାରେ ଦିନେଶ ନେଇଛନ୍ତି କ୍ରିତି ସାନନ୍‌ଙ୍କୁ। ହେଲେ ଏଥର ନାୟକ ଭୂମିକାରେ ନାହାନ୍ତି ସୁଶାନ୍ତ ସିଂହ ରାଜପୁତ୍‌। କୁହାଯାଉଛି ଏହା ଏକ ରୋମାଣ୍ଟିକ୍‌-କମେଡ଼ି,ଯାହାର ଟାଇଟଲ୍‌ ରଖାଯାଇଛି ‘ଅର୍ଜୁନ୍‌ ପଟିଆଲା’।ଏହି ଫିଲ୍ମରେ କ୍ରିତି ପ୍ରଥମ ଥର ଲାଗି ଦିଲଜିତ୍‌ ଦୋସାଁ ଝାଙ୍କ ବିପକ୍ଷରେ ନାୟିକା ବନିବେ।

photo-starsundolded.com

ଦିଲଜିତ୍‌ ଅଭିଷେକ ଚୌବେଙ୍କ ନିର୍ଦ୍ଦେଶିତ ‘ଉଡ଼୍‍ତା ପଞ୍ଜାବ’ସିନେମା ଜରିଆରେ ବଲିଉଡ଼୍‍ରେ ପ୍ରବେଶ କରିଥିଲେ। ‘ଅର୍ଜୁନ୍‌ ପଟିଆଲା’ରେ ସେ ଟାଇଟଲ୍‌ ରୋଲ୍‌ରେ ଦେଖା ଦେବେ।ଏହି ଫିଲ୍ମରେ କ୍ରିତି ସାନନ୍‌ ଜଣେ ମହିଳା ସମ୍ବାଦିକ ଭୂମିକାରେ ନଜର ଆସିବେ ବୋଲି ଜଣାଯାଇଛି। ଅପରପକ୍ଷରେ ଦଲଜିତ୍‌ ଜଣେ ଛୋଟ ସହରର ବେକାର ଯୁବକ ଚରିତ୍ରରେ ନଜର ଆସିବେ। ଫିଲ୍ମର ସୁଟିଂ ୨୦୧୮ ଫେବୃଆରି ମାସରେ ଆରମ୍ଭ ହେବ ବୋଲି ଜଣାଯାଇଛି।

ଏଠାରେ ସୂଚନାଯୋଗ୍ୟ କି ନିର୍ଦ୍ଦେଶକ ଦିନେଶ ଭିଜନ୍‌ ପୂର୍ବରୁ ଇମତିଆଜ ଅଲ୍ଲୀଙ୍କ ନିର୍ଦ୍ଦେଶିତ ‘ଲଭ୍‌ ଆଜ୍‌କଲ୍‌’ଭଳି ସିନେମାର ପ୍ରଯୋଜନା କରିଥିଲେ।ଏବେ ଦଲଜିତ୍‌ ପ୍ରଖ୍ୟାତ ହକି ଖେଳାଳୀ ସନ୍ଦୀପ୍‌ ସିଂହଙ୍କ ବାୟୋପିକ୍‌ରେ କାମ କରୁଛନ୍ତି,ଯାହାର ନିର୍ଦ୍ଦେଶନା ଦେଉଛନ୍ତି ଶାଦ୍‌ ଅଲ୍ଲୀ।କ୍ରିତି ଆଗରୁ ‘ବରେଲି କି ବାର୍ଫି’ଭଳି କମେଡ଼ି ଫିଲ୍ମରେ କାମ କରିସାରିଛନ୍ତି। ଏଣୁ ସେ ‘ଅର୍ଜୁନ ପଟିଆଲା’କୁ ନେଇ ଉତ୍ସାହିତ ରହିବା ସ୍ୱାଭାବିକ୍‌।

ସମ୍ବନ୍ଧିତ ଖବର