ମୁମ୍ବାଇ: ଯେତେବେଳେ ବି ଏକ ବଡ ବ୍ୟାନର କିମ୍ବା କୌଣସି ସୁପରଷ୍ଟାରଙ୍କର ଏକ ଫିଲ୍ମ ରିଲିଜ୍ ହେବାକୁ ଯାଉଥାଏ, ସେତେବେଳେ କମାଲ ଆର ଖାନ୍(କେଆରକେ) ଖୋଲାଖୋଲି ଭାବରେ ନିଜ ମତ ପ୍ରକାଶ କରିଥାନ୍ତି। ତାଙ୍କ ଅନୁଯାୟୀ କେଉଁ ଫିଲ୍ମ ହିଟ୍ ହେବ ଏବଂ କେଉଁଟି ବକ୍ସ ଅଫିସରେ ଫ୍ଲପ୍ ହେବ ତାହା ସେ ପୂର୍ବରୁ ଜାଣିପାରନ୍ତି। ବର୍ତ୍ତମାନ ସେ କିଙ୍ଗ ଖାନ୍ ଶାହାରୁଖଙ୍କ ଆଗାମୀ ଫିଲ୍ମ 'ପଠାନ'କୁ ନେଇ ଭବିଷ୍ୟବାଣୀ କରିଛନ୍ତି।
I suggested @iamsrk to not do films #HappyNewYear#Fan and #JHMS. But he did those films and all 3 films were disasters. Now I suggest him one more time that he should not do #Pathaan because it will become a sure shot disaster.
— KRK (@kamaalrkhan) July 22, 2022
ଫିଲ୍ମ 'ପଠାନ' ଫ୍ଲପ ହେବ ବୋଲି ଲେଖି ସେ ଏକ ଟ୍ବିଟ କରିଛନ୍ତି। ଏହା ସହ ଶାହାରୁଖ ଏ ଫିଲ୍ମ କରିବା ଉଚିତ ନୁହେଁ ବୋଲି କହିଛନ୍ତି କେଆରକେ। ସେ କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ମୁଁ ଶାହାରୁଖ ଖାନଙ୍କୁ 'ହାପି ନ୍ୟୁ ୟର୍', 'ଫ୍ୟାନ୍' ଏବଂ 'ଜବ ହ୍ୟାରି ମେଟ ସେଜଲ' ଚଳଚ୍ଚିତ୍ର ନକରିବାକୁ ପରାମର୍ଶ ଦେଇଥିଲି। କିନ୍ତୁ ସେ ସେହି ତିନୋଟି ଚଳଚ୍ଚିତ୍ର କରିଥିଲେ ଏବଂ ସେସବୁ ଫିଲ୍ମ ବକ୍ସ ଅଫିସରେ ଫ୍ଲପ ହୋଇଥିଲା। ବର୍ତ୍ତମାନ ମୁଁ ତାଙ୍କୁ ପୁଣି ଥରେ ପରାମର୍ଶ ଦେଉଛି ଯେ ସେ ପଠାନ କରିବା ଉଚିତ୍ ନୁହେଁ, କାରଣ ଏହା ମଧ୍ୟ ନିଶ୍ଚିତ ଭାବରେ ଫ୍ଲପ ହେବ।