ସୋନାକ୍ଷୀ ଓ ପରିଣୀତିକୁ ନେଇ କେଆର୍‌କେଙ୍କ ଟୁଇଟ୍‌; ଦୁହେଁ ସାଥୀରେ ଫିଲ୍ମ କଲେ ଜଣା ପଡ଼ିବ କିଏ ସବୁଠାରୁ ଖରାପ ଅଭିନେତ୍ରୀ

ମୁମ୍ବାଇ : ବିବାଦୀୟ ଅଭିନେତା ଭାବେ ଜଣାଶୁଣା କମାଲ ଆର୍‌ ଖାନ୍‌ ଏବେ ପୁଣି ଥରେ ବିବାଦୀୟ ଟୁଇଟ୍‌ କରିଥିବା ଜଣା ପଡ଼ିଛି । ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଓ ପରିଣୀତି ଚୋପ୍ରାଙ୍କୁ ନେଇ କେଆର୍‌କେ କରିଥିବା ଟୁଇଟ୍‌ ଏବେ ଚର୍ଚ୍ଚାରେ ରହିଛି ।

ସେ କରିଥିବା ଟୁଇଟ୍‌ରେ, ସାନାକ୍ଷୀ ସିହ୍ନା ଓ ପରିଣୀତି ଚୋପ୍ରାଙ୍କୁ ସାଥୀରେ ଗୋଟେ ଫିଲ୍ମ ନିଶ୍ଚିତ କରିବା ଦରକାର । ଏପରି କଲେ ଦୁହିଁଙ୍କ ମଧ୍ୟରୁ ସବୁଠାରୁ ଖରାପ ଅଭିନେତ୍ରୀ କିଏ? ତାହା ଜଣା ପଡ଼ିବ । କିଏ ସବୁଠାରୁ ଖରାପ ଅଭିନୟ କରେ? କିଏ ସବୁଠାରୁ ଖରାପ ଦେଖାଯାଏ? କିଏ ସବୁଠାରୁ ଅଧିକ ଦର୍ଶକମାନଙ୍କୁ ବିରକ୍ତ କରିପାରୁଛି? ତାହା ଜଣା ପଡ଼ିଯିବ ବୋଲି ଲେଖିଥିଲେ କେଆର୍‌କେ । ତେବେ କେଆର୍‌କେଙ୍କ ଏଭଳି ଟୁଇଟ୍‌ ଉପରେ ଦୁଇ ଅଭିନେତ୍ରୀ କିଭଳି ପ୍ରତିକ୍ରିୟା ରଖୁଛନ୍ତି, ତାହା ଦେଖିବାକୁ ବାକି ରହିଲା । ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଅନେକ ବିବାଦୀୟ ମନ୍ତବ୍ୟ ଦେଇ ବିବାଦର ଶିକାର ହୋଇଛନ୍ତି କେଆର୍‌କେ ।

ସମ୍ବନ୍ଧିତ ଖବର