ସଲମାନ ମୋତେ ହତ୍ୟା କରିବାକୁ ଚାହାନ୍ତି, ଏଥିପାଇଁ ୫୦କୋଟିର ସୁପାରୀ ଦେଇଛନ୍ତି: କେଆରକେ

ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ୍ ସଲମାନ ମୋତେ ମାରିବା ପାଇଁ ସୁପାରୀ ଦେଇଛନ୍ତି। ମୋତେ ମାରି ଦିଆଯିବ। ପ୍ରାୟ ୫୦କୋଟିର ସୁପାରୀ ଦିଆଯାଇଛି। ବିଭିନ୍ନ ଫିଲ୍ମକୁ ନେଇ ବିବାଦୀୟ ବୟାନ ଦେଉଥିବା କମାଲ ରଶିଦ ଖାନ୍ ଏବେ ଏଭଳି ଦାବି କରିଛନ୍ତି। ବଲିଉଡ ଅଭିନେତା ସଲମାନ ଖାନଙ୍କ ଉପରେ ସେ ଏବେ ଏଭଳି ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି।

ଏକାଧିକ ଟୁଇଟ୍ କରି କମାଲ ରଶିଦ ଖାନ୍ ଏହା ପ୍ରକାଶ କରିଛନ୍ତି। ତାଙ୍କ ଟ୍ୱିଟ୍ ଅନୁଯାୟୀ, ଜଣେ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୟଙ୍କଠାରୁ ସେ ଏହି ସୂଚନା ପାଇଛନ୍ତି। ସଞ୍ଜୟ କମାଲଙ୍କୁ ଅନେକ ଗୁମର ବିଷୟରେ ଜଣାଇଥିବା ସହ ତାଙ୍କ ପାଖେ ଥିବା ପେନ୍ ଡ୍ରାଇଭରେ ସମ୍ବେଦନଶୀଳ ରେକର୍ଡିଂ ଥିବା ଦାବି କରିଛନ୍ତି। କିନ୍ତୁ ଏହି ପେନ୍ ଡ୍ରାଇଭ ଦେବା ପାଇଁ କମାଲଙ୍କୁ ସଞ୍ଜୟ ୧୦ଲକ୍ଷ ଦେବାକୁ କହିଛନ୍ତି।

କମାଲଙ୍କ କହିବା ମୁତାବକ, ସଲମାନ ଖାନ ତାଙ୍କୁ ହତ୍ୟା କରିବା ପାଇଁ ମୁମ୍ବାଇ ଏବଂ ଦିଲ୍ଲୀ ପୁଲିସକୁ ୫୦କୋଟି ଟଙ୍କା ଦେଇଛନ୍ତି। ଏଥିରେ ଅନେକ ମନ୍ତ୍ରୀ ମଧ୍ୟ ଜଡିତ ଅଛନ୍ତି। ତେଣୁ ଯେତେବେଳେ ମୁଁ ଭାରତ ଆସିବି, ସେତେବେଳେ ମୋତେ ହତ୍ୟା କରାଯିବ। ପେନ୍ ଡ୍ରାଇଭରେ ସଲମାନ ଖାନ, ଅନେକ ମନ୍ତ୍ରୀ ଏବଂ ପୁଲିସ କର୍ମଚାରୀଙ୍କ ରେକର୍ଡିଂ ଥିବା ସଞ୍ଜୟ ଦାବି କରିଛନ୍ତି ।

କମାଲ ଦିଲ୍ଲୀ ଏବଂ ମୁମ୍ବାଇ ପୁଲିସକୁ ଟ୍ବିଟରେ ଟ୍ୟାଗ୍ କରି କହିଛନ୍ତି ଯେ ତାଙ୍କୁ ପ୍ରଥମେ ଏକ ମେଲ୍ ଆସିଥିଲା ଏବଂ ଯୁବକଜଣକ ନିଜକୁ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବୋଲି କହିଥିଲେ। ମେଲରେ ଦିଆଯାଇଥିବା ନମ୍ବରକୁ ଫୋନ କରିବା ପରେ ମୋତେ ସେ ଅନ୍ୟ ଏକ ନମ୍ବରରୁ ହ୍ବାଟସଆପ କରି ମୋ ସହ ଜଡ଼ିତ ରେକର୍ଡିଂ ତାଙ୍କ ପାଖରେ ଥିବା କହିଥିଲେ।

ସମ୍ବନ୍ଧିତ ଖବର