ଏହି ଡରରେ ଆମୀର ଖାନଙ୍କ ପୁଅ ଜୁନୈଦଙ୍କ ଫିଲ୍ମ ରିଲିଜ କରୁନାହାନ୍ତି ଆଦିତ୍ୟ ଚୋପ୍ରା: କେଆରକେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଅଭିନେତା ତଥା ନିଜକୁ ସିନେ ସମୀକ୍ଷକ ବୋଲି କହୁଥିବ‌ା କମାଲ୍ ରସିଦ୍ ଖାନଙ୍କ ଟ୍ୱିଟ୍ ଗୁଡିକ ପ୍ରାୟତଃ ଭାଇରାଲ୍ ହୋଇଥାଏ । କେବେକେବେ ପ୍ରଶଂସକମାନେ ତାଙ୍କୁ ବହୁତ ପ୍ରଶଂସା କରନ୍ତି ତ କେବେକେବେ ତାଙ୍କୁ ବହୁତ ଟ୍ରୋଲ୍ ମଧ୍ୟ କରନ୍ତି । କେଆରକେ ପ୍ରାୟତଃ ନିଜ ଟ୍ୱିଟରେ ସିନେମା ଜଗତର କିଛି ଖାସ୍ କଥାକୁ ପ୍ରକାଶ କରିଥାନ୍ତି। ଏବେ ସେ ପୁଣି ଥରେ ବଲିଉଡ ସହ ଜଡିତ ଏକ ରହସ୍ୟର ଖୁଲାସା କରିଛନ୍ତି । କେଆରକେ କହିଛନ୍ତି ଯେ ଆଦିତ୍ୟ ଚୋପ୍ରା ଆମୀର ଖାନଙ୍କ ପୁଅ ଜୁନୈଦ ଖାନଙ୍କ ଫିଲ୍ମ ରିଲିଜ କରୁନାହାଁନ୍ତି । ଏନେଇ କେଆରକେ ଏହାର ଏକ ବଡ଼ କାରଣ ଦର୍ଶାଇଛନ୍ତି ।

କେଆରକେ କିଛି ସମୟ ପୂର୍ବରୁ ଏକ ଟ୍ୱିଟ୍ କରିଥିଲେ । ଟ୍ୱିଟରେ ସେ ଲେଖିଥିଲେ ଯେ, ‘ଆଦିତ୍ୟ ଚୋପ୍ରା ଆମୀର ଖାନଙ୍କ ପୁଅଙ୍କ ସହ ଏକ ଫିଲ୍ମ ନିର୍ମାଣ କରିଛନ୍ତି ଯାହାକି ଏକ ବର୍ଷ ପୂର୍ବେ ଶେଷ ହୋଇଥିଲା । କିନ୍ତୁ ସେ ସେହି ଫିଲ୍ମ ରିଲିଜ୍ କରୁନାହାଁନ୍ତି କାରଣ ସେ ଜାଣନ୍ତି ଯେ ଫିଲ୍ମଟି ବକ୍ସ ଅଫିସରେ ଚାଲିବ ନାହିଁ। ଏମିତିରେ ଆଦିତ୍ୟ ଚୋପ୍ରା କ୍ରମାଗତ ୧୦ଟି ଫ୍ଲପ୍ ଫିଲ୍ମ ଦେଇ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି । କେଆରକେ ତାଙ୍କ ଟ୍ୱିଟରେ ଆମୀର ଖାନଙ୍କ ପୁଅଙ୍କ ନାଁ ନଲେଖି କେବଳ ଆମୀର ଖାନଙ୍କ ପୁଅ ବୋଲି ଲେଖିଛନ୍ତି, ଯାହାକି ସେ ଜୁନୈଦଙ୍କ ବିଷୟରେ କହୁଥିବା ସୂଚିତ କରୁଛି ।

livehindustan

କେଆରକେଙ୍କ ଏହି ଟ୍ୱିଟକୁ ନେଇ ସୋସିଆଲ ମିଡିଆରେ ବ୍ୟବହାରକାରୀଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କେତେକ ସୋସିଆଲ ମିଡିଆ ବ୍ୟବହାରକାରୀ କେଆରକେକୁ ସମର୍ଥନ କରି ମନ୍ତବ୍ୟ ଦେଇଥିବା ବେଳେ ଅନ୍ୟପକ୍ଷରେ ଅନେକ ଲୋକ ମଧ୍ୟ ତାଙ୍କୁ ଟ୍ରୋଲ କରୁଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଭାଇ, ଆପଣଙ୍କ ପାଇଁ ଫ୍ଲପ୍ ର ସଂଜ୍ଞା ହିଁ ଅଲଗା, ତେଣୁ କିଛି କୁହନ୍ତୁ ନାହିଁ ।’ ଏହି ଟ୍ୱିଟକୁ ନେଇ ଏଭଳି ଅନେକ ମନ୍ତବ୍ୟ ଦିଆଯାଇଛି ।

ସମ୍ବନ୍ଧିତ ଖବର