ଅମୀର ସହିତ ପଙ୍ଗା ନେବା କେଆରକେଙ୍କୁ ମହଙ୍ଗା ପଡ଼ିଲା, ସସ୍‌ପେଣ୍ଡ ହେଲା ଟୁଇଟର ଆକାଉଣ୍ଟ୍‌

ନୂଆଦିଲ୍ଲୀ: ୨୦୦୮ ମସିହାରେ ମୁକ୍ତିଲାଭ କରିଥିବା ସିନେମା ‘ଦେଶଦ୍ରୋହୀ’ରୁ ନିଜର ବଲିଉଡ ଜୀବନ ଆରମ୍ଭ କରିଥିଲେ କମାଲ ଆର ଖାନ୍‌ ଓରଫ କେଆରକେ। ଯଦିଓ ଅଭିନୟରେ ଏତେଟା ସଫଳ ହୋଇ ପାରି ନଥିଲେ, କେଆରକେ କିନ୍ତୁ ନିଜର ବିବାଦୀୟ ଟୁଇଟ କାରଣରୁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ତେବେ ନିକଟରେ କମାଲ ଆର ଖାନ୍‌ଙ୍କ ଅଫସିଆଲ ଟୁଇଟର୍‌ ହ୍ୟାଣ୍ଡେଲକୁ ନିଲମ୍ବିତ କରି ଦିଆଯାଇଛି। ଟୁଇଟରରେ କେଆରକେଙ୍କ ଫଲୋୟୋର୍ସଙ୍କ ସଂଖ୍ୟା ୬ମିଲିୟନ ପାଖାପାଖି ରହିଥିଲେ।

ଟୁଇଟର ଆକଉଣ୍ଟ ନିଲମ୍ବିତ ହେବାପରେ କେଆରକେ ଉତକ୍ଷିପ୍ତ ହୋଇଯାଇଛନ୍ତି। ନିଜର କ୍ରୋଧକୁ ସମ୍ଭାଳି ନ ପାରି ସମସ୍ତ ରାଗ ସେ ବଲିଉଡ ଅଭିନେତା ଅମୀର ଖାନ୍‌ଙ୍କ ଉପରେ ଓଜାଡ଼ି ଦେଇଛନ୍ତି। ସେ ନିଜର ଫେସବୁକ ପେଜରେ ଏକ ପୋଷ୍ଟ ଜରିଆରେ ଅନେକ ପ୍ରଶ୍ନ ପଚାରି ନିଜର କ୍ରୋଧ ପ୍ରଦର୍ଶନ କରିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ଆମୀର ଖାନ୍‌ଙ୍କ ସିନେମା ପ୍ରଡକ୍‌ସନ୍‌ ହାଉସ୍‌ ସିନେମା ‘ସିକ୍ରେଟ ସୁପରଷ୍ଟାର’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ବହୁ ସମୀକ୍ଷକ ଏହି ସିନେମାର ପ୍ରଶଂସା କରୁଥିବା ବେଳେ କେଆରକେ ଏହି ସିନେମା ବେକାର ହୋଇଛି ବୋଲି କହିଛନ୍ତି। ତେବେ ଅମୀରଙ୍କ ସହିତ ପଙ୍ଗା ନେବା କେଆରକେଙ୍କୁ ମହଙ୍ଗା ପଡ଼ିଛି। ଏଭଳି କଥା କହିବା ପରେ ଟୁଇଟର କେଆରକେଙ୍କ ଅଫିସିଆଲ ଆକାଉଣ୍ଟକୁ ସସ୍‌ପେଣ୍ଡ କରି ଦେଇଛି।

କେଆରକେ ଏହି ରାଗ ଫେସବୁକ୍‌ ପେଜରେ ପୋଷ୍ଟ କରିଛନ୍ତି। ସେ ନିଜ ପୋଷ୍ଟରେ ଲେଖିଛନ୍ତି,ସେ ଏହି ଟୁଇଟର ଆକଉଣ୍ଟ ପାଇଁ ବହୁ କଷ୍ଟ କରିଥିଲେ। ତା’ପରେ ଯାଇ ତାଙ୍କର ୬ମିଲିୟନ ଫଲୟୋର୍ସ ହୋଇଥିଲେ। ଆମୀରଙ୍କ ଫିଲ୍ମକୁ ସମାଲୋଚନା କରିବା ପରେ ହିଁ ତାଙ୍କ ଟୁଇଟର ଆକଉଣ୍ଟ ଆକସ୍ମିକ ଭାବେ ବନ୍ଦ କରି ଦିଆଯାଇଛି। ଏଥିପାଇଁ ପୂର୍ବରୁ ଟୁଇଟର ତରଫରୁ କୌଣସି ଚେତାବନୀ ମିଳି ନଥିଲା। ତ ଏମିତିରେ ଟୁଇଟର ମୋର ଆକଉଣ୍ଟ କିଭଳି ଭାବେ ସସ୍‌ପେଣ୍ଡ କରି ପାରିବ? ସେ ଯାହାବି ହେଇଯାଉ ମୁଁ ଅମିରଙ୍କ ସିନେମାକୁ ନେଇ କହିବା ବନ୍ଦ କରିବି ନାହିଁ। ମୋର େଓ୍ଵବସାଇଟ ଓ ୟୁଟ୍ୟୁବ ଚ୍ୟାନେଲରେ ଜରିଆରେ ସିନେମାକୁ ନେଇ କହିବି।

ତେବେ ପ୍ରକୃତ ସତ୍ୟ କ’ଣ? କାହିଁକି କେଆରକେଙ୍କ ଟୁଇଟର ଆକାଉଣ୍ଟ ସସ୍‌ପେଣ୍ଡ କରାଯାଇଛି ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ଟୁଇଟରରେ ବିକ୍ରମ ଭଟ୍ଟ ବି ନିଜର ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର