ମୁମ୍ବାଇ: କୃଷ୍ଣ ଚଳଚ୍ଚିତ୍ରରେ ହ୍ରିତିକ ରୋଶନଙ୍କ ପିଲାଦିନର ଭୂମିକାରେ ଅଭିନୟ କରିଥିବା ଶିଶୁ ଅଭିନେତା ମିକି ବହୁତ ବଡ ହୋଇଛନ୍ତି। କେବଳ ଏତିକି ନୁହେଁ, ତାଙ୍କର ବୃତ୍ତିଗତ ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

Advertisment

ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ କହୁଛନ୍ତି,‘ଆଚ୍ଛା କୁହନ୍ତୁ ତ, ମୋତେ ଆପଣମାନେ କେଉଁ ସ୍ଥାନରେ ଦେଖିଛନ୍ତି ? ହଁ ମୋତେ ନିଶ୍ଚୟ ଦେଖିଛନ୍ତି। ମୁଁ କୃଷ୍ଣ ଚଳଚ୍ଚିତ୍ରରେ ହ୍ରିତିକ ରୋଶନଙ୍କ ପିଲାଦିନର ଭୂମିକାରେ ଅଭିନୟ କରିଥିଲି। ଏହି ଭୂମିକାରେ ଅଭିନୟ ପରେ ମୋତେ ଦର୍ଶକଙ୍କ ଖୁବ ଭଲ ପାଇବା ମିଳିଥିଲା।

ମୋତେ ଜୁନିଅର କୃଷ ହେବା ସହିତ ସିନେମାରେ ମହାନ ପ୍ରତିଭାବାନ ଷ୍ଟାରଙ୍କ ସହିତ କାମ କରିବାର ସୁଯୋଗ ମଳିଥିଲା। ଯାହାକି ପ୍ରକୃତରେ ଖୁବ ମଜାଳିଆ ଥିଲା |।

ଶିଶୁ ଅଭିନେତାରୁ ଚକ୍ଷୁ ସର୍ଜନ ହେବା ପର୍ଯ୍ୟନ୍ତ ମୋର ଯାତ୍ରା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଏହି ଯାତ୍ରା ଏତେ ସହଜ ନଥିଲା। ଏଥିପାଇଁ ‌ମୋତେ ଅନେକ ସଂଘର୍ଷ  ଓ ପରିଶ୍ରମ କରିବାକୁ ବି ପଡ଼ିଛି।  ଅଭିନୟ ଦିନରୁ ମୁଁ ପାଇଥିବା ଶିକ୍ଷା ମୋତେ ଚକ୍ଷୁ ଯତ୍ନ ଦିଗରେ କାମ କରିବାକୁ ପ୍ରେରଣା ଦେଇଥିଲା। ବର୍ତ୍ତମାନ ମୁଁ ଆପଣଙ୍କ ଆଏ କେୟାରର ସୁପରହିରୋ ହୋଇପାରେ।’