‘ଖୁବ୍ ଶୀଘ୍ର ଦେଖା ହେବା’; ସ୍ବାମୀଙ୍କ ମୃତ୍ୟୁ ପରେ ବିଦାୟ ଚିଠିରେ ଏଭଳି ଲେଖିଲେ ଅଭିନେତ୍ରୀ

ମୁମ୍ବାଇ: ଧାରାବାହିକ ଅଭିନେତ୍ରୀ କୃତିକା ଦେଶାଇଙ୍କ ସ୍ବାମୀ ତଥା ଅଭିନେତା ଇମତିଆଜ୍ ଖାନଙ୍କର ଗତ ମାର୍ଚ୍ଚ ୧୫ରେ ଦେହାନ୍ତ ହୋଇଥିଲା। ଏହି ଦୁଃଖଦ ଘଟଣା କୃତିକାଙ୍କ ସହ ଘଟିବା ପରେ ସେ ଭାଙ୍ଗିପଡ଼ିଥିବା ଜଣା ପଡ଼ିଛି। ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କୁ ବିଦାୟ ଦେଇ ସେ ଯେଉଁ ବିଦାୟ ଚିଠି ଲେଖିଛନ୍ତି, ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସ୍ବାମୀଙ୍କ ବିୟୋଗ ପରେ ସେ ମଧ୍ୟ ଖୁବ୍ ଶୀଘ୍ର ତାଙ୍କ ପାଖକୁ ଯିବେ ବୋଲି ଇନଷ୍ଟାରେ ଏକ ଫଟୋ ସେୟାର କରି ଜଣାଇଛନ୍ତି।

ଇନଷ୍ଟା ପୋଷ୍ଟରେ ସ୍ବାମୀଙ୍କ ସହ ନିଜର ଏକ ଫଟୋ ସେୟାର କରି କୃତିକା ଲେଖିଛନ୍ତି, ମୋର ବନ୍ଧୁ, ମାଗଦର୍ଶକ, ପ୍ରେମିକ…ଆମେ ଖୁବ୍ ଶୀଘ୍ର ପୁନର୍ବାର ଭେଟିବା….ସେ ପର୍ଯ୍ୟନ୍ତ ଅଲହା ହାଫିଜ୍। ତେବେ ଇମତିଆଜ୍ ଖାନଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କ ଆତ୍ମାର ସଦଗତି କାମନା କରିଥିବା ଦେଖାଯାଇଛି।

 

View this post on Instagram

 

My friend, philosopher, guide and lover…..ALLAH HAFIZ….Till we meet again…soon…..

A post shared by Kruttika Desai🌟 (@kruttika_desai) on

ସୂଚନା ମୁତାବକ, ଇମତିଆଜ୍ ଖାନ ଫିଲ୍ମ ହଲଚଲ, ୟାଦୋଁ କି ବାରାତ୍ ଏବଂ ପ୍ୟାର ଦୋସ୍ତ ଭଳି ଫିଲ୍ମରେ କାମ କରିସାରିଛନ୍ତି।

ସମ୍ବନ୍ଧିତ ଖବର