ନୂଆଦିଲ୍ଲୀ: ସୁପରଷ୍ଟାର ଧନୁଷ ଏବଂ ନାଗାର୍ଜୁନ ଆକ୍କିନେନିଙ୍କ ଅଭିନୀତ ଫିଲ୍ମ 'କୁବେର' ଜୁନ୍ ୨୦, ୨୦୨୫ରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। 'ଫିଦା' ଫେମ୍ ଶେଖର କମୁଲାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଗତ ଦୁଇ ବର୍ଷ ଧରି ନିର୍ମିତ ହେଉଥିଲା। ରଶ୍ମିକା ମନ୍ଦନେ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରଟି ମୁକ୍ତିଲାଭ ପୂର୍ବରୁ ବହୁତ ଚର୍ଚ୍ଚାରେ ରହିଥିଲା ଏବଂ ରିଲିଜ୍ ପରେ ଏହା ଭଲ ଆୟ କରୁଥିବା ଦେଖାଯାଇଛି। ବକ୍ସ ଅଫିସ ରିଲିଜ୍ ପରେ ହଲ୍ ଦେଖିବାକୁ ଯାଇପାରୁନଥିବା ଦର୍ଶକ ଓଟିଟି ରିଲିଜ୍କୁ ଅପେକ୍ଷା କରିଛନ୍ତି। ଏମଧ୍ୟରେ ରିଲିଜ୍ ତାରିଖ ଓ ଏହା କେତେ କୋଟିରେ ବିକ୍ରି ହୋଇଛି ତାହା ସାମ୍ନାକୁ ଆସିଛି।
'କୁବେର'ରେ ଧନୁଷ ଏବଂ ନାଗାର୍ଜୁନଙ୍କ ଭଳି ଦୁଇ ବଡ଼ ବଡ଼ ଷ୍ଟାରଙ୍କ ଯୋଗୁଁ, ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଏହା ସହିତ ଏହାର ଓଟିଟି ଡିଲ୍ ମଧ୍ୟ ମଜବୁତ ହୋଇଛି। ସୂଚନା ମିଳିଛି ଯେ, ଆମାଜନ୍ ପ୍ରାଇମ୍ ଭିଡ଼ିଓ ୫୦କୋଟିରେ ଏହାର ଡିଜିଟାଲ ଷ୍ଟ୍ରିମିଂ ରାଇଟ୍ସ କିଣିଛି। କୁହାଯାଉଛି ଯେ, ଏହା ପୂର୍ବରୁ ଧନୁଷ ଏବଂ ନାଗାର୍ଜୁନଙ୍କ ଅଭିନୀତ କୌଣସି ଫିଲ୍ମର ଓଟିଟି ରାଇଟ୍ସ ଏତେ କୋଟିରେ ବିକ୍ରି ହୋଇନଥିଲା।
ତେବେ ମାସେ ପରେ ଏହା ଓଟିଟିରେ ରିଲିଜ ହେବ ବୋଲି କୁହାଯାଉଛି। ଜୁଲାଇ ୨୦୨୫ର ତୃତୀୟ ସପ୍ତାହ ଆଡ଼କୁ ଏହାକୁ ଓଟିଟିରେ ଦର୍ଶକ ଦେଖିବାକୁ ପାଇବେ।