ବିଶ୍ବପ୍ରସିଦ୍ଧ ୱେବ୍ ଧାରାବାହିକ ‘ସାକ୍ରେଡ୍ ଗେମ୍ସ’ର ‘କୁକୁ’ ଚରିତ୍ରରେ ଅଭିନୟ କରିବା ପରେ ଅଭିନେତ୍ରୀ କୁବ୍ରା ସୈତଙ୍କ ଲୋକପ୍ରିୟତା ଶୀର୍ଷ ଛୁଇଁଥିଲା। ଏ ଭିତରେ ସେ ଅନେକ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି। ଏ ବର୍ଷଟି ତାଙ୍କ ଜୀବନରେ ଏକ ସ୍ବତନ୍ତ୍ର ବର୍ଷ କାରଣ ଏଥର ଜୀବନରେ ପ୍ରଥମ ଥର ପାଇଁ ସେ ପବିତ୍ର ରମଜାନ ମାସରେ ରୋଜା (ଉପବାସ) ରଖିବାର ନିଷ୍ପତ୍ତି ନେଇଥିଲେ। ଛୋଟ ଥିବା ବେଳେ ସେ ରମଜାନରେ ଉପବାସ କରିଥିବାର ଅସ୍ପଷ୍ଟ ସ୍ମୃତି ତାଙ୍କର ଅଛି, କିନ୍ତୁ ବଡ଼ ହେଲା ପରେ ସେ ଏହି ପ୍ରଥା କେବେ ପାଳନ କରିନଥିଲେ। ଏହା ପଛର କାରଣ ଦର୍ଶାଇ ସେ କୁହନ୍ତି ଯେ ତାଙ୍କ ପରିବାରରେ ଧାର୍ମିକ ରୀତିନୀତି ପାଳନ କରିବା ନେଇ କୌଣସି ବାଧ୍ୟବାଧକତା ନ ଥିଲା। ତେବେ ଦୁଇ ବର୍ଷ ତଳେ କୃତଜ୍ଞତା ଜ୍ଞାପନ କରିବା ଲାଗି ସେ ନମାଜ ପଢ଼ିବା ଆରମ୍ଭ କରିଥିଲେ ଏବଂ ସହଅଭିନେତା ମହମ୍ମଦ ଜୀସାନ ଆୟୁବ ତାଙ୍କୁ ଉପବାସ ରଖିବା ପାଇଁ ପ୍ରବର୍ତ୍ତାଇଥିଲେ। ତେଣୁ ରମଜାନ ଆରମ୍ଭରୁ ଏକ ମାସ ସେ ଦିନରେ ନିର୍ଜଳା ଉପବାସ ରହୁଥିଲେ।
ଉପବାସରେ ଥାଇ ସୁଟିଂ କରିବା ଲାଗି ସେ ଏକ ଉପାୟ ଅବଲମ୍ବନ କରୁଥିଲେ, ତାହା ହେଲା- ସେଟ୍ରେ ଭୋଜନ ବିରତି ବେଳେ କିଛି ସମୟ ଶୋଇ ଶକ୍ତି ସଂଚୟ କରିବା। ସନ୍ଧ୍ୟାରେ ଖଜୁରି ଓ ଫଳ ଖାଇ ସେ ଉପବାସ ଭାଙ୍ଗୁଥିଲେ। ରୋଜା ରଖିବା ଫଳରେ ସେ ଖାଦ୍ୟର ମହତ୍ତ୍ବ ବୁଝିପାରିଥିବା ପ୍ରକାଶ କରିଛନ୍ତି। ଏଥର ଇଦ୍-ଉଲ୍-ଫିତର ପାଳିବା ଲାଗି କୁବ୍ରା ଖୁବ୍ ଉତ୍ସାହିତ। ଇଦ୍ର ପ୍ରାର୍ଥନା ପରେ ସେ ବନ୍ଧୁବାନ୍ଧବଙ୍କୁ ଭେଟି ଏକତ୍ର ବିରିଆନି ଖାଇବାର ଯୋଜନା ରଖିଛନ୍ତି। ଯଦି କେହି ତାଙ୍କୁ ଖାଇବାକୁ ନିମନ୍ତ୍ରଣ ନ କରନ୍ତି ତେବେ ସେ ନିଜେ ବିରିଆନି ରାନ୍ଧିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/546d5465gdagdaagdg.jpg)