ପୁଅ ପାଇଁ ହାତ ଯୋଡି କ୍ଷମା ମାଗିଲେ କୁମାର ସାନୁ

ମୁମ୍ବାଇ: ପୁଅ ପାଇଁ ହାତ ଯୋଡି କ୍ଷମା ମାଗିଲେ ବଲିଉଡ କଣ୍ଠଶିଳ୍ପୀ କୁମାର ସାନୁ | ପୁଅର ବିବାଦୀୟ ବୟାନ ପାଇଁ କ୍ଷମା ମାଗିଛନ୍ତି ଖ୍ୟାତନାମା କଣ୍ଠଶିଳ୍ପୀ କୁମାର ସାନୁ | କୁମାର ସାନୁଙ୍କ ପୁଅ ଜାନ କୁମାର ସାନୁ କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ସୋ’ ବିଗବସରେ ବିବାଦୀୟ ବୟାନ ଦେଇଥିବାରୁ ବାପା ହିସାବରେ ସେ କ୍ଷମା ମାଗିଛନ୍ତି | କୁମାର ସାନୁ କ୍ଷମା ମାଗି କହିଛନ୍ତି ଯେ, ‘ମୋ ପୁଅ ଭୁଲ କଥା କହିଛି | ୪୦ରୁ ୪୧ ବର୍ଷ ଭିତରେ ମୁଁ ଏଭଳି କଥା କେବେ ଭାବି ନ ଥିଲି। ଯେଉଁ ମୁମ୍ବାଇ ସହର ମୋତେ ପରିଚୟ ଦେଇଛି ସେହି ମହାରାଷ୍ଟ୍ର ବାବଦରେ ଏଭଳି କଥା କହିବା କେହି ଚିନ୍ତା କରିପାରିବେ ନାହିଁ | ମୋ ପୁଅ ଯେଉଁ ଭାଷା ବାବଦରେ କହିଛି, ମୁଁ କହିବାକୁ ଚାଁହୁଛି ଯେ ମୁଁ ସବୁ ଭାଷାକୁ ଆଦର କରେ ଓ ସବୁ ଭାଷାରେ ଗୀତ ଗାଇଛି’ |

କୁମାର ସାନୁ କହିଛନ୍ତି ଯେ, ‘ମୁଁ ଗତ ୨୭ ବର୍ଷ ଧରି ମୋ ପୁଅ ଠାରୁ ଅଲଗା ରହିଛି | ମୋତେ ଜଣାନାହିଁ ଯେ ତା’ ମା’ ତାଙ୍କୁ କଣ ଶିକ୍ଷା ଦେଇଛନ୍ତି | ଜଣେ ବାପା ହିସାବରେ ମୁଁ ମୋ ପୁଅ ପାଇଁ କ୍ଷମା ମାଗୁଛି | ମୁଁ ବିଏମସି(ଵୃହନ ମୁମ୍ବାଇ କର୍ପୋରେସନ)କୁ ଧନ୍ୟବାଦ ଦେବାକୁ ଚାଁହୁଛି, କାରଣ କରୋନା ସମୟରେ ବିଏମସି ମୋ ଉପରେ ଧ୍ୟାନ ରଖିଛି | ବିଏମସି କାରଣରୁ ମୁଁ କରୋନାରୁ ବଂଚିପାରିଛି’ |

https://www.facebook.com/legend.sanuda/posts/2973086616252517
ଏଠାରେ ସୂଚନା ଥାଉ କି ବିଗବସ ୧୪ରେ ମଙ୍ଗଳବାର ଦିନ କୁମାର ସାନୁଙ୍କ ପୁଅ ଜାନ କୁମାର ସାନୁ ଅନ୍ୟ ପ୍ରତିଯୋଗୀଙ୍କ ମରାଠୀ କହିବା ଉପରେ ଆପତ୍ତି କରିଥିଲେ | ଏହା ପରେ ମହାରାଷ୍ଟ୍ର ନବନିର୍ମାଣ ସେନା ଓ ଶିବସେନା ଏହାକୁ ପ୍ରସଙ୍ଗ କରିଥିଲେ | ଏହି ସୋ’କୁ ବୟକଟ କରିବା ସହ ଜାନ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ | ଏହି ଘଟଣାକୁ ନେଇ କଲର୍ସ ଚ୍ୟାନେଲ ପକ୍ଷରୁ ମଧ୍ୟ କ୍ଷମା ମାଗିବାକୁ ପଡିଥିଲା |

ସମ୍ବନ୍ଧିତ ଖବର