‘କୁଣ୍ଡଳୀ ଭାଗ୍ୟ’ ଛାଡୁଛନ୍ତି ଧୀରଜ ଧୁପର୍‌; କାରଣ କହି ଭାବପ୍ରବଣ ହେଲେ

ମୁମ୍ବାଇ: ଲୋକପ୍ରିୟ ଟିଭି ସୋ’ ‘କୁଣ୍ଡଳୀ ଭାଗ୍ୟ’କୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ସୋ‌’ରେ ମୁଖ୍ୟ ଭୂମିକା ନିଭାଇଥିବା ତଥା ସୋ’ର ଅଭିନେତା ଧୀରଜ ଧୁପର୍‌ ଆଉ ଏହି ଧାରାବାହିକରେ ଦେଖିବାକୁ ମିଳିବେ ନାହିଁ। ଧୀରଜ ସୋ’ରେ କରଣ ଲୁଥ୍‌ରାଙ୍କ ଭୂମିକାରେ ନଜର ଆସି ଦର୍ଶକଙ୍କୁ ଭର୍‌ପୂର ମନୋରଞ୍ଜନ ଯୋଗାଇ ଅ‌ାସୁଥିଲେ। ଦୀର୍ଘ ୫ ବର୍ଷ କାମ କରିବା ପ‌ରେ ସୋ’ରୁ ବିଦାୟ ନେବା ନେଇ ନିଜେ ଧୀରଜ ବି ବେଶ୍‌ ଦୁଃଖି ଅଛନ୍ତି।

ଟିଭିର କେତେକ ଲୋକପ୍ରିୟ ସିରିୟଲ୍‌ ମଧ୍ୟରୁ ‘କୁଣ୍ଡଳୀ ଭାଗ୍ୟ’ ଅନ୍ୟତମ। ଯେଉଁଥିରେ କରଣ ଭୂମିକାରେ ନଜର ଆସି ଧୀରଜ ଘରେ ଘରେ ପ୍ରିୟ ପାଲଟିଥିଲେ। ଧୀରଜ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ସୋ’ ଛଡ଼ିବା ଘୋଷଣା କରିଛନ୍ତି।

ଇଟାଇମ୍ସକୁ ନିଜର ସାକ୍ଷାତ୍‌କାର ଦେଇ ଧୀରଜ କହିଛନ୍ତି କି ସୋ’ ଛାଡ଼ିବା ତାଙ୍କ ପାଇଁ ବି ସେତିକି ସହଜ ନଥିଲା। ମାତ୍ର କାହାଣୀର ଦାବି ଅନୁସାରେ ତାଙ୍କୁ ସୋ’ ଛାଡ଼ିବାକୁ ପଡ଼ିଛି। ତାଙ୍କ କହିବା କଥା ହେଉଛି ‘କୁଣ୍ଡଳୀ ଭାଗ୍ୟ’ ଯୋଗୁଁ ତାଙ୍କୁ ‌ନାମ ଓ ପରିିଚୟ ମିଳିଛି। ଏହି ଧାରାବାହିକ ପାଇଁ ସେ ଦର୍ଶକଙ୍କ ମନରେ ରାଜ୍‌ କରିପାରିଛନ୍ତି। କରଣ ଚରିତ୍ରଟି ତାଙ୍କ ବ୍ୟକ୍ତିତ୍ବ ସହ ଏତେ ଖାପ୍‌ ଖାଇ ଯାଉଥିଲା ଯେ ତାଙ୍କୁ କେବେ ଅଭିନୟ କରିବ‌ା ପରି ଅନୁଭବ ହୋଇନଥିଲା ବୋଲି ଧୀରଜ କହିଛନ୍ତି।

ସମ୍ବନ୍ଧିତ ଖବର