ମୁମ୍ବାଇ: ପତ୍ନୀଙ୍କଠାରୁ ଅଲଗା ହେବେ ଟିଭି ସୋ’ 'କୁଣ୍ଡଲି ଭାଗ୍ୟ'ରେ ପୃଥ୍ବୀ ଭୂମିକାରେ ଅଭିନୟ କରିଥିବା ସଞ୍ଜୟ ଗଗନାନୀ। ୨୦୨୧ ମସିହାରେ ଅଭିନେତ୍ରୀ ପୁନମ୍ ପ୍ରୀତଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସଞ୍ଜୟ । ବିବାହ ପୂର୍ବରୁ ୯ବର୍ଷ ହେଲା ପୁନମଙ୍କୁ ଡେଟ କରିଥିଲେ ସଞ୍ଜୟ । ଏହା ପରେ ଦୁହିଁଙ୍କ ବିବାହ ହୋଇଥିବା ବେଳେ ବର୍ତ୍ତମାନ ଖବର ଆସୁଛି ଯେ ବିବାହର ୩ବର୍ଷ ପରେ ଏହି ଦମ୍ପତି ଅଲଗା ହେବାକୁ ଯାଉଛନ୍ତି। ଖବର ଅନୁଯାୟୀ, ଉଭୟ ଛାଡପତ୍ର ବିଷୟରେ ବିଚାର କରୁଛନ୍ତି। ତେବେ ଏହି ଖବର ଉପରେ ଦମ୍ପତି ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି।
କୁହାଯାଉଛି ଯେ, ସଞ୍ଜୟ ଗଗନାନୀ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ଏନେଇ ସଞ୍ଜୟ ଗଗନାନି ଛାଡପତ୍ର ପାଇଁ କିଛି ଆଇନଜୀବୀଙ୍କ ସହ ପରାମର୍ଶ କରିଛନ୍ତି। ସେ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହେବା ପାଇଁ ପଦକ୍ଷେପ ନେଉଥିବା ଜଣାଯାଇଛି। ତେବେ ସେମାନଙ୍କ ସମ୍ପର୍କ ଭାଙ୍ଗିବା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
View this post on Instagram
ଉଲ୍ଲେଖଯୋଗ୍ୟ, ସଞ୍ଜୟ ଗଗନାନି ଏବଂ ପୁନମ୍ ପ୍ରୀତ ଫେସବୁକ୍ ମାଧ୍ୟମରେ ପରସ୍ପରକୁ ଜାଣିଥିଲେ। ବିବାହ ପୂର୍ବରୁ କିଛି ବର୍ଷ ଧରି ଏହି ଦମ୍ପତି ଲିଭ-ଇନରେ ଥିଲେ। ଏତେ ବର୍ଷ ସାଥିରେ ରହିବା ପରେ ବି ବିବାହର ୩ବର୍ଷ ପରେ ଛାଡ଼ପତ୍ର ନେବା ଖବର ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି।