ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ କୁନ୍ଦନ ଶାହାଙ୍କ ଆଜି ସକାରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟରୁ ଡପ୍ଲୋମା କରିବାପରେ କୁନ୍ଦନ ବଲିଉଡରେ ପାଦ ଥାପିଥିଲେ।
ତାଙ୍କ ନିର୍ଦ୍ଦେଶିତ ସିନେମା ମଧ୍ୟରେ ‘ଜାନେ ଭି ଦୋ ୟାରୋ’,କଭି ହାଁ କଭି ନା, କ୍ୟା କେହନା ଏବଂ ଦିଲ ହେ ତୁହ୍ମାରା ଆଦି ବେଶ୍ ଲୋକପ୍ରିୟ। ତାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକଭାବେ ଜାତୀୟ ପୁରସ୍କାର ବି ମିଳିଥିଲା। ସେ ନୁକ୍କଡ୍ ଓ ଓ୍ଵାଗଲେ କି ଦୁନିଆ ପରି କେତେକ ମେଗା ଧାରାବାହିକର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/kundan-shah.jpg)