ଆତ୍ମହତ୍ୟାର ପୂର୍ବ ରାତିରେ କ’ଣ କଥା ହୋଇଥିଲେ କୁଶଲ ପଞ୍ଜାବୀ; ଭାବବିହ୍ଵଳ ହୋଇ ଏଭଳି କଥା କହିଲେ ପିତା…

ମୁମ୍ବାଇ: ଟେଲି କଳାକାର କୁଶଲ ପଞ୍ଜାବୀ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଗତ ଡିସେମ୍ବର ୨୭ ତାରିଖ ରାତିରେ ଆତ୍ମହତ୍ୟା କରିଥିଲେ। କୁଶଲ ପଞ୍ଜାବୀଙ୍କ ମୃତ୍ୟୁ ଖବର ଶୁଣି ତାଙ୍କର ସାଥୀ କଳାକାରଙ୍କ ସମେତ ତାଙ୍କର ପ୍ରଶଂସକମାନେ ବି ଏଘଟଣାରେ ସ୍ତବ୍ଧ ହୋଇ ଯାଇଥିଲେ। ପୁଲିସ ଏହି ଆତ୍ମହତ୍ୟା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କୁଶଲଙ୍କ ଝୁଲନ୍ତା ମୃତଦେହକୁ ତାଙ୍କ ଘରୁ ଉଦ୍ଧାର କରିଥିଲା। ତେବେ, କୁଶଲ କାହିଁକି ହଠାତ ଏଭଳି ପଦକ୍ଷେପ ଉଠାଇଲେ; ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

Image result for kushal-punjabi-death-father say about her son
Hindustan Times

ତେବେ, କୁଶଲଙ୍କ ମୃତ୍ୟୁକୁ ନେଇ ତାଙ୍କ ପିତା ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇ କହିଛନ୍ତି, ‘ସେ ଯେ କେବେ ଆତ୍ମହତ୍ୟା ଭଳି ପଦକ୍ଷେପ ନେବ ତାହା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି। ଆତ୍ମହତ୍ୟାର ଗୋଟିଏ ରାତି ପୂର୍ବରୁ ମୁଁ ପୁଅକୁ ଭେଟିଥିଲି। ସେ ପୂରାପୂରି ଠିକ୍‌ ଥିଲା। ତାର ସ୍ୱଭାବରେ କିଛି ବି ପରିବର୍ତ୍ତନ ଦେଖିବାକୁ ପାଇ ନଥିଲି। ଅନେକ ସମୟ ପର୍ଯ୍ୟନ୍ତ ଆମେ ଦୁହେଁ ଏକାଠି ବସି କଥା ହୋଇଥିଲୁ। ଏଥିସହିତ ରାତି ଭୋଜନ କରିବା ସହିତ ମଦ୍ୟପାନ ବି କରିଥିଲୁ। ପୁଅର ସ୍ୱାସ୍ଥ୍ୟ କଥା ବି ପଚାରି ବୁଝିଥିଲି। ସେ ସବୁକିଛି ଠିକ୍‌ ଅଛି ବୋଲି କହିଥିଲା। ’

ଅନ୍ୟପକ୍ଷରେ କୁଶଲଙ୍କ ପରିବାରିକ ସମସ୍ୟା ଥିବାରୁ ସେ ଏଭଳି ପଦକ୍ଷେପ ଉଠାଇଥିବା କୁହାଯାଉଛି।

କୁଶଲ ତାଙ୍କ ପତ୍ନୀ ଓ ପୁଅ ସହିତ ମୁମ୍ବାଇରେ ବାସବାସ କରୁଥିଲେ। କୁଶଲଙ୍କ ଆତ୍ମହତ୍ୟା ଖବର ତାଙ୍କ ସାଙ୍ଗ କରଣବୀର ବୋରହା ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ଜଣାଇବା ସହିତ ଲେଖିଥିଲେ, ‘ତୁମର ଏଭଳି ହଠାତ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯିବା ମୋତେ ଶକ୍ତ ଧକ୍କା ଦେଇଛି। ମୁଁ ବିଶ୍ୱାସ କରି ପାରୁ ନାହିଁ କି ତୁମେ ଆଉ ଏ ଦୁନିଆରେ ନାହଁ। ତୁମ କଥା ବହୁତ ମନେ ପଡ଼ୁଛି। ତୁମେ ଅନେକ ଲୋକଙ୍କୁ ପ୍ରେରଣା ଦେଇ ଆସିଛ। ମୋତେ ବି ଦେଇଛ। ମୁଁ ଜାଣିଛି ତୁମେ ଏବେ ଖୁବ୍‌ ସୁନ୍ଦର ଦୁନିଆରେ ଅଛ।’

Image result for kushal-punjabi-death-father say about her son
Hindustan Times

କୁଶଲ ପଞ୍ଜାବୀ ନିକଟରେ ଟେଲିଭିଜନ୍‌ ସୋ’ ‘ଇସକ୍‌ ମେ ମରଜାୱା’ରେ ନଜର ଆସିଥିଲେ। ଏହି ସୋ’ରେ ସେ ଡେନି ଭୂମିକାରେ ଅଭିନୟ କରୁଥିଲେ। ତାଙ୍କର ଏହି ଭୂମିକା ଖୁବ୍‌ ଲୋକପ୍ରିୟ ବି ହୋଇଥିଲା। ଏହି ସୋ’ ବ୍ୟତୀତ କୁଶଲ ‘ଫିୟର ଫ୍ୟାକ୍ଟର’, ‘ଆସମାନ୍‌ ସେ ଆଗ’, ‘ଏକ ସେ ବଡ଼କର ଏକ’, ‘ଜୋରକା ଝଟକା’, ‘ସିଆଇଡି’, ‘ହମତୁମ’, ‘ଝଲକ ଦିଖଲା ଯା -୭’, ‘କ୍ୟା ହାଲ ମିଷ୍ଟର ପାଞ୍ଚାଲ’, ‘ସଜନରେ ଫିର ଝୁଠ ମତ ବୋଲୋ’ ଭଳି ସୋ’ରେ ସେ ଖୁବ୍‌ ସୁନ୍ଦର ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ।

ସେହିପରି କୁଶଲଙ୍କ ସିନେମା ଦୁନିଆ କଥା କହିବାକୁ ଗଲେ, ସେ ଶେଷ ଥର ପାଇଁ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅଭିନୀତ ସିନେମା ‘ଏ ଜେଣ୍ଟଲମ୍ୟାନ୍‌’ରେ ନଜର ଆସିଥିଲେ। ଏଥିସହିତ ଫରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ତଥା ରିତିକ୍‌ ରୋଶନଙ୍କ ଅଭିନୀତ ‘ଲକ୍ଷ୍ୟ’, କରଣ ଜୋହରଙ୍କ ‘କାଲ’ ଓ ‘ଧନ୍‌ ଧନାଧନ୍‌ ଗୋଲ୍‌’ ଭଳି ସିନେମାରେ ସେ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର