ପତ୍ନୀଙ୍କ ଖୁଲାସା: କୁଶାଲ ନିଜ ପରିବାର ଓ ଆମ ସଂପର୍କକୁ ନେଇ କେବେ ବି ଗମ୍ଭୀର ନଥିଲେ…

ମୁମ୍ବାଇ: ଡିସେମ୍ବର ୨୭, ୨୦୧୯ରେ ବଲିଉଡ୍-ଧାରାବାହିକ ଅଭିନେତା କୁଶାଲ ପଞ୍ଜାବୀଙ୍କ ଆତ୍ମହତ୍ୟା କରିବା ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ପ୍ରଶଂସକଙ୍କ ସମେତ ତାଙ୍କ ପରିବାରକୁ ମଧ୍ୟ ଏହି ଖବର ଶକ୍ତ ଧକ୍କା ଦେଇଥିଲା। ତେବେ ବୈବାହିକ ଜୀବନରେ ଅଶାନ୍ତି ଲାଗି ରହିଥିବାରୁ କୁଶାଲ ଆତ୍ମହତ୍ୟା କରିଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ତାଙ୍କ ପତ୍ନୀ ଆଡ୍ରେ ଡୋଲେନ୍ ଏହି ବିଷୟକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି।

Image result for Kushal Was Not Serious About His Family, Says Wife Audrey Dolhen
DNA India

ତାଙ୍କ କହିବା ମୁତାବକ, ଆମ ବୈବାହିକ ଜୀବନରେ ଅନେକ ସମସ୍ୟା ଆସିଥିଲା ସତ, କିନ୍ତୁ ଆମ ବିବାହ ବିଫଳ ହୋଇ ନଥିଲା। ମୁଁ ସାଂଘାଇରେ ରହୁଥିଲେ ମଧ୍ୟ କିଆନକୁ କେବେ ହେଲେ କୁଶାଲଙ୍କ ସହ କଥା ହେବାକୁ ରୋକୁ ନଥିଲି। କିନ୍ତୁ, କୁଶାଲ କେବେ ନିଜ ପରିବାରକୁ ନେଇ ଗମ୍ଭୀର ନଥିଲେ। ଆମ ଭିତରେ ଯାହାବି ମତଭେଦ ଥିଲା, ତାହାର ସମାଧାନ ପାଇଁ ମୁଁ କୁଶାଲଙ୍କୁ ସାଂଘାଇ ଡ଼କାଇଥିଲେ ମଧ୍ୟ ସେ ଆସି ନଥିଲେ। ଏମିତି କି ମୁଁ ତାଙ୍କର ସମସ୍ତ ଖର୍ଚ୍ଚ ଉଠାଉଥିଲି। ମୁଁ କୁଶାଲଙ୍କ ସହ ମୋ ସଂପର୍କକୁ ସୁଧାରିବା ପାଇଁ ଅନେକ ଚେଷ୍ଟା କରିଥିଲି, କିନ୍ତୁ ତାହା ସମ୍ଭବ ହୋଇ ନଥିଲା। ସେ ମୋତେ ଚାକିରି ଛାଡ଼ି ଆସି ଲଣ୍ଡନରେ ରହିବା ପାଇଁ ବାଧ୍ୟ କରିଥିଲେ। କିନ୍ତୁ କମ୍ପାନି ସହ ମୋର ଅନୁବନ୍ଧ ଥିବାରୁ ତାହା ସମ୍ଭବ ନଥିଲା। କୁଶାଲ ସେ କଥା ନ ବୁଝି ବାରମ୍ବାର ମୋତେ ଚାକିରି ଛାଡ଼ିବାକୁ କହୁଥିଲେ। କିଆନର ଭବିଷ୍ୟତ କଥା ମଧ୍ୟ ଚିନ୍ତା କରୁ ନଥିଲେ। ବିବାହକୁ ବଞ୍ଚାଇବା ପାଇଁ ମୁଁ ଏତେ ଚେଷ୍ଟା କରିବା ପରେ ମଧ୍ୟ କୁଶାଲଙ୍କ ମୃତ୍ୟୁ ପାଇଁ ମୋତେ କାହିଁକି ଦାୟୀ କରାଯାଉଛି, ତାହା ମୁଁ ବୁଝିପାରୁ ନାହିଁ।

ସମ୍ବନ୍ଧିତ ଖବର