ନୂଆଦିଲ୍ଲୀ: ବାପାଙ୍କ ଦ୍ବାରା ଯୌନ ଶୋଷଣର ଶିକାର ‌ହୋଇଥିବା ଖୁଲାସା କଲେ ଅଭିନେତ୍ରୀ ଖୁସବୁ ସୁନ୍ଦର। ତାମିଲ ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ଖୁସବୁ ସୁନ୍ଦର ପ୍ରକାଶ କରିଛନ୍ତି ଯେ ସେ ୮ବର୍ଷର ହୋଇଥିବା ବେଳେ ତାଙ୍କ ବାପା ଯୌନ ଶୋଷଣ କରିବା ଆରମ୍ଭ କରିଥିଲେ। ମା’ଙ୍କୁ କହିଲେ ସେ ବିଶ୍ବାସ କରିବେନି ବୋଲି ଭାବି ୧୫ବର୍ଷ ଯାଏ ବାପାଙ୍କ ନିର୍ଯାତନା ସହିଥିଲେ‌ ବୋଲି କହିଛନ୍ତି ଖୁସବୁ। ସେ ଭୟ କରୁଥିଲେ ଯେ ତାଙ୍କ ମା’ ତାଙ୍କୁ ବିଶ୍ୱାସ କରିବେ ନାହିଁ।

Advertisment

ମୋଜୋ ଷ୍ଟୋରୀ ପାଇଁ ବରିଷ୍ଠ ସାମ୍ବାଦିକା ବରଖା ଦତ୍ତଙ୍କୁ ସାକ୍ଷାତକାର ଦେବା ବେଳେ ସେ କହିଛନ୍ତି ଯେ ବିବାହ ପରେ ମୋ ବାପା ମୋ ମା’ଙ୍କୁ ସବୁବେଳେ ମାଡ଼ ମାରୁଥିଲେ। ମୁଁ ୮ବର୍ଷର ହୋଇଥିବା ବେଳେ ମୋତେ ମାଡ ମାରିବା ସହ ଯୌନ ଶୋଷଣ କରିବା ଆରମ୍ଭ କରିଥିଲେ। ପୁଅ ହେଉ କି ଝିଅ, ଏତେ କମ ବୟସରେ ଯୌନ ଶୋଷଣ ହେଲେ ସାରା ଜୀବନ ପାଇଁ ତାହା ମନରୁ ଲିଭେ ନାହିଁ। ମୋ ବାପା ମୋତେ ଓ ମୋ ମା’ଙ୍କୁ ମାଡ ମାରିବା, ମୋ ସହ ଯୌନ ଶୋଷଣ କରିବାକୁ ତାଙ୍କ ଜନ୍ମଗତ ଅଧିକାର ବୋଲି ଭାବି ନେଇଥିଲେ। ମୋତେ ୧୫ବର୍ଷ ହେବା ପର୍ଯ୍ୟନ୍ତୁ ମୁଁ ସବୁ ସହିଥିଲି। ୧୫ବର୍ଷ ପରେ ମୋତେ ମୁହଁ ଖୋଲିବାର ସାହସ ମିଳିଲା। ବାପା ଏତେ ମାଡ଼ ମାରୁଥିଲେ ବି ମୋ ମା’ କିଛି କହୁନଥିଲେ। ତାଙ୍କ ପାଇଁ ସ୍ବାମୀ ହିଁ ଦେବତା ସମାନ ଥିଲେ। ସେଥିପାଇଁ ମୁଁ ତାଙ୍କୁ କିଛି କହିବାକୁ ଡରୁଥିଲି।  ୧୫ବର୍ଷ ବୟସରେ ମୁଁ ମୁହଁ ଖୋଲିବାରୁ ସେ ମୋତେ ଓ ମୋ ମା’ଙ୍କୁ ଛାଡ଼ି ଚାଲିଯାଇଥିଲେ।

Khushbu Sundar: '20 kgs lighter': Khushbu Sundar's weight loss transformation is a hit with netizens - The Economic Times economictimes

ତେବେ ଖୁସବୁ ସୁନ୍ଦର ଜଣେ ଅଭିନେତ୍ରୀ, ଚଳଚ୍ଚିତ୍ର ନିର୍ମାତା ଏବଂ ଟେଲିଭିଜନ ଉପସ୍ଥାପିକା। ସେ ୨୦୧୦ରେ ଡିଏମକେରେ ଯୋଗ ଦେଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ପରେ କଂଗ୍ରେସକୁ ଯାଇ ଦଳର ମୁଖପାତ୍ର ହୋଇଥିଲେ। ଶେଷରେ ସେ ବିଜେପିରେ ଯୋଗ ଦେଇ ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ଡିଏମକେର ଏନ ଏଜିଲାନଙ୍କ ଦ୍ବାରା ପରାସ୍ତ ହୋଇଥିଲେ।