ମୁମ୍ବାଇ: ‘କ୍ୟୁଁକି ଶାଶ ଭି କଭି ବୋହୂ ଥି’ ଏମିତି ଏକ ଟିଭି ଧାରାବାହିକ ଥିଲା ଯାହାକୁ ପ୍ରତ୍ୟେକ ଘରେ ଲୋକେ ଦେଖୁଥିଲେ। ଶାଶୁ ଓ ବୋହୂଙ୍କ ଡ୍ରାମାକୁ ଦର୍ଶକ ଯେତିକି ଦେଖିବାକୁ ପସନ୍ଦ କରୁଥିଲେ ସେତିକି ଭଲ ପାଇବା ବି ଦେଇଥିଲେ। ସେତେବେଳେ ଏହା ପ୍ରାୟ ଏକ ଦଶନ୍ଧି ପର୍ଯ୍ୟନ୍ତ ପ୍ରାଧାନ୍ୟ ବିସ୍ତାର କରିଥିଲା। ପୁଣି ଥରେ ଏକତା କପୁର ଏହି ଧାରାବାହିକକୁ ଆଣିବାକୁ ଯାଉଛନ୍ତି।

Advertisment

ଲୋକପ୍ରିୟ ଧାରାବାହିକ ‘କ୍ୟୁଁକି ଶାଶ ଭି କଭି ବୋହୂ ଥି’ ପୁଣି ଥରେ ଟିଭି ପରଦାକୁ ଫେରୁଛି। ଏହାକୁ ଏବେ ଦର୍ଶକ ପୁଣି ଥରେ ଦେଖିବାକୁ ପାଇବେ। ଏକତା ଏହାର ପ୍ରମୋ ସେୟାର କରି ସ୍ମୃତି ଇରାନୀ ଏବଂ ରୋନିତ ରୟଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି । ବର୍ତ୍ତମାନ ଏହାକୁ ବୁଧବାର ଠାରୁ ସନ୍ଧ୍ୟା ୫ଟାରେ କେବଳ ଷ୍ଟାର୍ ପ୍ଲସରେ ଦର୍ଶକ ଦେଖିପାରିବେ । ଏହି ଧାରାବାହିକ ୨୦୦୦ମସିହାରୁ ଆରମ୍ଭ ହୋଇ ୨୦୦୮ପର୍ଯ୍ୟନ୍ତ ଚାଲିଥିଲା ।

ସ୍ମୃତି ଇରାନୀ ୨୦୦୭ ରେ ଷ୍ଟାର୍ ପ୍ଲସ୍ ଛାଡିଥିଲେ । ଏଥିସହିତ ସେ ୨୦୦୩ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।