ନୂଆଦିଲ୍ଲୀ : ଚର୍ଚ୍ଚିତ ଏବଂ ଲୋକପ୍ରିୟ ଆମେରିକାନ କଣ୍ଠଶିଳ୍ପୀ ଲେଡ଼ି ଗାଗା ଏବେ ଯୌନ ଉତ୍ପୀଡ଼ନକୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ଅନେକଥର ରେକର୍ଡ଼ିଂ ଷ୍ଟୁଡ଼ିଓରେ ସେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ ବୋଲି କହିବା ପରେ ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
/sambad/media/post_attachments/wp-content/uploads/2018/11/sd-aspect-1478793201-hbz-lady-gaga-dec-jan-2017-00-index2-300x225.jpg)
ଏକ ସାକ୍ଷାତକାରରେ ଯୋଗ ଦେଇ ସେ କହିଛନ୍ତି, ଯେତେବେଳେ ମୁଁ କଣ୍ଠଶିଳ୍ପୀ ଭାବରେ ମୋର କ୍ୟାରିୟର ଆରମ୍ଭ କରିଥିଲି ସେତେବେଳେ ମୋତେ ୧୯ବର୍ଷ ବୟସ ହୋଇଥିଲା । ସେ ସମୟରେ ଏହା ଏକ ନିୟମ ପାଲଟି ଯାଇଥିଲା କି ରେକର୍ଡ଼ିଂ ଷ୍ଟୁଡ଼ିଓକୁ ଯିବ ମାନେ ଯୌନ ଉତ୍ପୀଡ଼ନର ଶିକାର ହେବ । ମୁଁ ଏ ନେଇ ସ୍ୱର ଉଠାଇଥିଲି । କିନ୍ତୁ ସେତେବେଳେ କେହି ମୋ କଥା ଶୁଣି ନଥିଲେ । ନିଜର ଆଧିପତ୍ୟା ହରାଇବା ଡ଼ରରେ କେହି ପାଟି ଫିଟାଉ ନଥିଲେ ।ଫଳରେ ମୁଁ ବାଧ୍ୟ ହୋଇ ଚୁପ୍ ହେବା ସହ ବାରମ୍ବାର ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲି ବୋଲି ଲେଡ଼ି ଗାଗା ଜଣାଇଛନ୍ତି ।