ଲେଡି ଦବଙ୍ଗ୍‌ ଦୀପିକା ପାଦୁକୋନ୍‌ !

ମୁମ୍ବାଇ: ବଲିଉଡ ହିରୋଇନ୍‌ ଦୀପିକା ପାଦୁକୋନ୍‌ ଗତ କିଛି ଦିନ ହେବ ସବୁଠୁଁ ବେଶି ଚର୍ଚ୍ଚାରେ ରହିଛନ୍ତି । ସେ ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଦ୍ମାବତ୍‌’ ପାଇଁ ତ ଚର୍ଚ୍ଚାରେ ଅଛନ୍ତି । ବିଶେଷ କରି ଏହାକୁ ନେଇ ବିବାଦ ଉପୁଜିବା ପରେ ଦୀପିକାଙ୍କୁ ନେଇ ବି ଆଲୋଚନା ସୃଷ୍ଟି ହୋଇଥିଲା ।
ହେଲେ ଏବେ ସେ ଅନ୍ୟ ଏକ କାରଣରୁ ପୁଣି ଚର୍ଚ୍ଚିତ ଅଛନ୍ତି । ତାହା ହେଲା ଦୀପିକା ପାଦୁକୋନ୍‌ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ବୁଲୁୂଛନ୍ତି । ତା’ପୁଣି ଗ୍ଲାମରସ୍‌ ଲୁକ୍‌ରେ ନୁହେଁ, ବରଂ ପୁଲିସ ଗେଟଅପ୍‌ରେ । ତାଙ୍କୁ ମୁମ୍ବାଇ ଏୟାରପୋର୍ଟ ସାମ୍ନାରେ ଖାକି ପ୍ୟାଣ୍ଟ ଓ ଧଳା ସାର୍ଟ ପିନ୍ଧା ପୁଲିସ ଅଫିସର ଡ୍ରେସରେ ଦେଖିବାକୁ ମିଳିଥିଲା । ସେ ପୁଲିସ ଜିପ୍‌ ଉପରେ ବସିଛନ୍ତି । ଆଖିରେ କଳା ଚଷମା ଓ ପାଦରେ କଳା ଜୋତା ପିନ୍ଧିଛନ୍ତି । ତାଙ୍କର ବିନ୍ଦାସ୍‌ ଷ୍ଟାଇଲ୍‌ ଦେଖିଲେ ଲାଗୁଥିଲା, ସତେ ଯେମିତି ସେ ଜଣେ ଦବଙ୍ଗ।

ଦୀପିକା ପାଦୁକୋନଙ୍କ ତଳେ ଜଣେ ଯୁବକ ତାଙ୍କ ଉପରେ ଛତା ଧରି ଠିଆ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି । ଆଗ ପଛରେ କିଛି ପୁଲିସ କନେଷ୍ଟବଲ୍‌ ଅଛନ୍ତି । ଜଣାପଡ଼ୁଥିଲା, ସତେ ଯେମିତି ସେ ବଦମାସ, ଗୁଣ୍ଡାମାନଙ୍କୁ ସାବାଡ କରିବା ପାଇଁ ଏଭଳି ନୂଆ ଅବତାର ନେଇଛନ୍ତି । ସଲମାନ୍‌ ଖାନ୍‌ ‘ ଦବଙ୍ଗ’ ରେ ଯେଉଁ ଭଳି ନିଜର ଗେଟ୍‌ଅପ ଲାଗି ଚର୍ଚ୍ଚିତ ହୋଇଥିଲେ ଦୀପିକା ପାଦୁକୋନ୍‌ ତାଙ୍କର ଏହି ନୂଆ ଅବତାର ପାଇଁ ଠିକ୍‌ ସେହିଭଳି ଚର୍ଚ୍ଚାର ବିଷୟ ହୋଇଛନ୍ତି । ଖାଲି ସେତିକି ନୁହେଁ ଦୀପିକା ଏହି ନୂଆ ଅବତାରରେ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ବୁଲୁଥିବାର ବି ଦେଖିବାକୁ ମିଳୁଥିଲା ।

photo–bollywoodhungama

ତେବେ ଏହା କେଉଁ ଫିଲ୍ମର ପ୍ରମୋସନ ପାଇଁ କି ସୁଟ୍‌ ପାଇଁ ଦୀପିକା ଏଭଳି କରିଛନ୍ତି, ତାହା ସଠିକ୍‌ ଜଣାପଡ଼ିନି । କିନ୍ତୁ ଦୀପିକା ପାଦୁକୋନ୍‌ ପ୍ରଖ୍ୟାତ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ଅପ୍‌କମିଂ ଫିଲ୍ମରେ ସପନ୍‌ ବିବି ଭୂମିକାରେ ଅଭିନୟ କରୁଛନ୍ତି, ଯେଉଁଥିରେ ଜଣେ ଦବଙ୍ଗ ଲେଡି ପୁଲିସ ଅଫିସର ଭାବେ ନଜର ଆସିବେ । ଏହି ଫିଲ୍ମରେ ପ୍ରତିଭାବାନ୍‌ ଅଭିନେତା ଇରଫାନ୍‌ ଖାନ୍‌ ଅଛନ୍ତି ମେଲ୍‌ ଲିଡ୍‌ରେ । ଏହି ଫିଲ୍ମ ପାଇଁ ବୋଧେ ଏପରି କରିଛନ୍ତି ଦୀପିକା ବୋଲି ଚର୍ଚ୍ଚା ହେଉଛି । ଏଠାରେ ସୂଚନାଯୋଗ୍ୟ ଯେ ଦୀପିକା ପାଦୁକୋନ୍‌ଙ୍କ ଅଭିନୀତ ‘ପଦ୍ମାବତ୍‌’ ଜାନୁଆରି ୨୫ ତାରିଖରେ ରିଲିଜ୍‌ ହେବ। ଏହାର ଅନ୍ୟ କଳାକାରମାନେ ହେଲେ ରଣବୀର ସିଂହ ଏବଂ ଶାହିଦ୍‌ କପୁର।

ସମ୍ବନ୍ଧିତ ଖବର