ନୂଆ ବର୍ଷରେ ନୁହେଁ, ତା’ ଆଗରୁ ରିଲିଜ୍‌ ହେଉଛି ସ୍ୱରାଜଙ୍କ ‘ଲୈଲା ଓ ଲୈଲା’

ଭୁବନେଶ୍ୱର: ‘ତୁ ମୋ ଲଭ ଷ୍ଟୋରି ’ ଫେମ୍‌ ସ୍ୱରାଜ ଏବେ ଖୁସି ଯେ ତାଙ୍କ ଅଭିନୀତ ନୂଆ ସିନେମା‘ଲୈଲା ଓ ଲୈଲା’ ଆର ବର୍ଷ ନୁହେଁ ଏ ବର୍ଷ ରିଲିଜ୍‌ ହେବ। ହଁ କିଛି ଦିନତଳେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଥିଲା ଯେ‘ଲୈଲା ଓ ଲୈଲା’ ନୂଆ ବର୍ଷରେ ଆସିବ। ହେଲେ ଏବେକାର ଖବର ଅନୁଯାୟୀ ଏହା ଚଳିତ ମାସ ୨୯ ତାରିଖରେ ମୁକ୍ତିଲାଭ କରିବ। ସମ୍ଭବତଃ ‘ଲୈଲା ଓ ଲୈଲା’ ହେବ ୨୦୧୭ର ଶେଷ ମଚକ୍ତିପ୍ରାପ୍ତ ଓଡ଼ିଆ ସିନେମା ।

ସ୍ୱରାଜଙ୍କ ପୁର୍ବ ଫିଲ୍ମ ଭଳି ଏହା ବି ଏକ ରୋମାଣ୍ଟିକ୍ ସିନେମା। ଏହି ଫିଲ୍ମରେ ସ୍ୱରାଜ ଓ ସନମୀରା ନାୟକ -ନାୟିକା ଭୂମିକାରେ ଅଛନ୍ତି । ସ୍ୱରାଜଙ୍କୁ ପ୍ରଥମ ସିନେମା ‘ ତୁ ମୋ ଲଭ ଷ୍ଟୋରି ’ ରେ ଜଣେ ଶିଶୁ କଳାକାରରୁ ନାୟିକା ହୋଇଥିବା ଭୂମିକାଙ୍କ ସାଥ୍ ମିଳିଥିଲା। ଦ୍ୱିତୀୟ ସିନେମା ‘ଲୈଲା ଓ ଲୈଲା’ ରେ ସମାନ କଥା ଘଟିଛି। ଏଥିରେ ବି ତାଙ୍କର ନାୟିକା ସାଜିଥିବା ସନମୀରା ବି ଜଣେ ଶିଶୁ କଳାକାର ଥିଲେ। ଖାଲି ସେତିକି ନୁହେଁ ନିଜେ ସ୍ୱରାଜ ବି ଏକଦା ଶିଶୁ କଳାକାରଭାବେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ଏବେ ଦେଖିବା କଥା ଯେ ‘ତୁ ମୋ ଲଭ ଷ୍ଟୋରି’ ରେ ସ୍ୱରାଜ –ଭୂମିକାଙ୍କ ଯୋଡି ଯେଉଁଭଳି କ୍ଲିକ୍ କରିଥିଲେ ‘ଲୈଲା ଓ ଲୈଲା’ରେ ସ୍ୱରାଜ- ସନମୀରା ଯୋଡି ହିଟ୍ ହେଉଛିକି ନା!

ସମ୍ବନ୍ଧିତ ଖବର