ଅମୀର ଖାନଙ୍କୁ ଘେରିଲେ ସୋସିଆଲ ମିଡିଆ ବ୍ୟବହାରକାରୀ

ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାନ ନିଜର ଆଗାମୀ ସିନେମା ‘ଲାଲ ସିଂହ ଚଡ୍ଡା’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେ ଏହି ସିନେମାକୁ ଡିସେମ୍ବର ୨୫ ତାରିଖରେ ଖ୍ରୀଷ୍ଟମାସ ଦିନ ରିଲିଜ କରିବାକୁ ଚାହୁଁଛନ୍ତି। ସେଥିପାଇଁ ଅମୀର ଏହି ସିନେମାକୁ ନିଶ୍ଚିତ ହୋଇଥିବା ସମୟ ପୂର୍ବରୁ ଶେଷ କରିବାକୁ ଯୋଜନା ରଖିଛନ୍ତି। ଅମୀର ଏବେ ଲଦାଖରେ ସିନେମା ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ସୁଟିଂ ସମୟରେ ସେ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି।

ସିନେମା ‘ଲାଲ ସିଂହ ଚଡ୍ଡା’ର ସୁଟିଂ ସମୟରେ ଲଦାଖରେ ପ୍ରଦୂଷଣ କରୁଥିବା ନେଇ ଅମୀର ଖାନଙ୍କ ବିରୋଧରେ ଅଭିଯୋଗ ହୋଇଛି। ଲୋକମାନେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳୁଛି, କିଛି ପ୍ଲାଷ୍ଟିକ ବୋତଲ ଓ ଅନ୍ୟ ସବୁ ଅଦରକାରୀ ସାମଗ୍ରୀ ଏଣେତେଣେ ବିଛେଇ ହୋଇ ପଡ଼ିଛି।

 

ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଟୁଇଟ କରି ଲେଖିଛନ୍ତି, ଅମୀର ଖାନଙ୍କ ଆଗାମୀ ସିନେମା ‘ଲାଲ ସିଂହ ଚଡ୍ଡା’ ଓ ଗ୍ରାମବାସୀଙ୍କୁ ଉପହାର।

ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ସତ୍ୟମେବ ଜୟତେ ସୋ’ରେ ବଡ଼ବଡ଼ କଥା କହୁଥିଲେ। ଏବେ ନିଜ ପାଳି ଆସିବାରୁ ଏମିତି ହିଁ ହୋଇଥାଏ। ଅମୀରଙ୍କ ସୁଟିଂ ସ୍ଥାନରେ ଅଳିଆ ଆବର୍ଜନା ପଡ଼ିଥିବା ‌ ଦେଖି ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

 

ସମ୍ବନ୍ଧିତ ଖବର