ଜାମ୍ମୁ-କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କୁ ଭେଟିଲେ ଅଭିନେତା ଅମିର ଖାନ୍ ଓ ତାଙ୍କ ପୂର୍ବତନ ସହଧର୍ମିଣୀ କିରଣ ରାଓ। ଚଳଚ୍ଚିତ୍ର 'ଲାଲ୍ ସିଂହ ଚଢା'ର ସୁଟିଂ ପାଇଁ ଅମିରଙ୍କ ୟୁନିଟ୍ ଲଦାଖ୍ରେ ପହଞ୍ଚିଥିଲା। ଯଦିଓ କିରଣଙ୍କୁ ସେ ନିକଟରେ ଛାଡ଼ପତ୍ର ଦେଇଛନ୍ତି, ହେଲେ ନୂଆ ଚଳଚ୍ଚିତ୍ର ପାଇଁ ଦୁହିଁଙ୍କୁ ଏକାଠି ହେବାକୁ ପଡ଼ିଛି। କାରଣ ଅମିର ଏଥିରେ ପ୍ରେଯାଜନା କରୁଛନ୍ତି।
ଏଇ ଚଳଚ୍ଚିତ୍ରରେ ଜାମ୍ମୁ-କାଶ୍ମୀରର ନିୟମାବଳୀ ଉଲ୍ଲଙ୍ଘନ କରି କିଛି କରିହେବ ନାହିଁ। ଚଳଚ୍ଚିତ୍ରରେ ଜାମ୍ମୁ-କାଶୀରର ଯାହା ବି ଘଟଣା ରହିବ, ଏଥିରେ ରାଜ୍ୟପାଳଙ୍କ ଅନୁମୋଦନ ନ ରହିଲେ ସୁଟିଂ କାମ ଆଗକୁ ଯାଇପାରିବନି। ଦର୍ଶକଙ୍କୁ ଈଶ୍ବର ବିଚାରୁଥିବା ଅମିର୍ ଏଠାରେ ସୁଟିଂ ସମୟରେ ଭିନ୍ନ ଅନୁଭୂତି ହାସଲ କରିଛନ୍ତି। ଅମିର୍ କହିଛନ୍ତି, ୧୯୯୯ର କାରଗିଲ୍ ପରିବେଶ ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛି। ଆମ ୟୁନିଟ୍ ମେମ୍ବରମାନଙ୍କୁ ଏଠାରେ ସବୁପ୍ରକାର ସୁବିଧା ମିଳିଛି। ଲଦାଖ୍ରେ ଅମିର କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ବାସ୍ତବ ଅନୁଭୂତି ପ୍ରକାଶ କରିଛନ୍ତି। ଅମିର ଅମର ସିଂହ କେଲଜ ପରିଦର୍ଶନରେ ଯାଇଥିଲେ। ସେଠାରେ ଯେଉଁ ଶୃଙ୍ଖଳା ଦେଖିଲେ, ଏଥିରେ ଅମିରଙ୍କ ମନ ମାନିଯାଇଛି। ତେଣୁ ଚଳଚ୍ଚିତ୍ର 'ଲାଲ୍ ସିଂହ ଚଢା'ର ଅବଶିଷ୍ଟ ସୁଟିଂ ଲଦାଖ୍ ଅଞ୍ଚଳରେ ସାରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/parada_Lal-Singh-Chadhha.jpg)