ଓଲିଉଡ ନାୟକ ସମ୍ବିତଙ୍କ ତେଲୁଗୁ ସିନେମା ‘ଲାଲିଜୋ ଲାଲିଜୋ’ର ଟ୍ରେଲର୍‌ ରିଲିଜ୍‌

ଭୁବନେଶ୍ୱର: ଓଲିଉଡର ଅନ୍ୟତମ ଲୋକପ୍ରିୟ ନାୟକ ସମ୍ବିତ୍‌ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମୁହାଁଇଛନ୍ତି । ସେ ସୋବର ବୟ ସବ୍ୟସାଚୀଙ୍କ ପଦାଙ୍କ ଅନୁସରଣ କରି ଏକ ତେଲୁଗୁ ସିନେମାରେ କାମ କରିଛନ୍ତି । ଏହି ସିନେମାର ଟାଇଟଲ୍‌ ହେଲା ‘ଲାଲିଜୋ ଲାଲିଜୋ’ । ସମ୍ବିତଙ୍କ କହିବା ଅନୁଯାୟୀ ଏହା ଏକ ଆକସନ୍‌-ସସ୍ପେନସ୍‌ ଫିଲ୍ମ । ଏହାର ନିର୍ଦେଶନା ଦେଉଛନ୍ତି ମୋହନ ଏବଂ ଶଙ୍କୁ-କରିଣ ଏହାର ପ୍ରଯୋଜକ।

‘ଲାଲିଜୋ ଲାଲିଜୋ’ ରେ କେବଳ ସମ୍ବିତ୍‌ ଜଣେ ଓଡ଼ିଆ କଳାକାର ଅଛନ୍ତି । ଅନ୍ୟମାନେ ସମସ୍ତେ ସାଉଥ୍‌ର ଜଣାଶୁଣା କଳାକାର । ଇତିମଧ୍ୟରେ ଏହାର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ଏହାକୁ ଦର୍ଶକ ପସନ୍ଦ କରୁଥିବା ଜଣାଯାଇଛିି। ଏହି କାରଣରୁ ସମ୍ବିତ ତାଙ୍କର ତେଲୁଗୁ ଡେବ୍ୟୁ ମୁଭିର ରିଲିଜକୁ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର