ସୁସ୍ମିତା ସେନଙ୍କୁ ବିବାହ କରିବେ ଲଳିତ ମୋଦୀ ! ଚର୍ଚ୍ଚାରେ ଡବଲ୍ ଟ୍ବିଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସୁସ୍ମିତା ବ୍ୟବସାୟୀ ତଥା ପୂର୍ବତନ ଆଇପିଏଲ ଅଧ୍ୟକ୍ଷ  ଲଲିତ ମୋଦୀଙ୍କୁ ବିବାହ କରିଥିବା ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ସୁସ୍ମିତା ସେନଙ୍କ ସହ ଅନେକ ଫଟୋ ସେୟାର କରି ଲଲିତ ମୋଦୀ ଏହି ସୂଚନା ଦେଇଛନ୍ତି। ଏହି ଫଟୋଗୁଡ଼ିକରେ କିଛି ପୁରୁଣା ଫଟୋ ମଧ୍ୟ ରହିଛି। ଲଲିତ ମୋଦୀ କହିଛନ୍ତି ଯେ ବିଶ୍ୱ ଭ୍ରମଣ କରିବା ପରେ ସେ ଲଣ୍ଡନକୁ ଫେରିଛନ୍ତି। ସେ ପରିବାର ସହିତ ମାଲଦ୍ୱୀପ ଏବଂ ସର୍ଦ୍ଦିନିଆ ଯାଇଥିଲେ। ଏହି ପୋଷ୍ଟରେ ସେ ସୁସ୍ମିତା ସେନଙ୍କୁ ନିଜର ବେଟରହାଫ୍ ବା ଅର୍ଦ୍ଧାଙ୍ଗିନୀ ବୋଲି ଅଭିହିତ କରିଛନ୍ତି।

ତାଙ୍କର ଏଭଳି ପୋଷ୍ଟ ପ‌ରେ ସୁସ୍ମିତା ବିବାହ କରିଛନ୍ତି କି ନାହିଁ ବୋଲି ତାଙ୍କ ପ୍ରଶଂସକ ଦ୍ବନ୍ଦ୍ବ‌ରେ ପଡ଼ିଥିବା ବେଳେ ଆଉ ଏକ ଟ୍ବିଟରେ ଲଳିତ ସମସ୍ତଙ୍କ ଦ୍ବନ୍ଦ୍ବ ଦୂର କରିଛନ୍ତି। ସୁସ୍ମିତାଙ୍କୁ ବିବାହ କରିନାହାନ୍ତି ବରଂ ପ୍ରେମ ସମ୍ପର୍କ ରହିଛି ବୋଲି ସେ ଲେଖିଛନ୍ତି। ଏଥିସହ ସେ ଲେଖିଛନ୍ତି , ଆମେ ଡେଟିଂ କରୁଛୁ। ଦିନେ ବିବାହ ବି କରିବୁ।

ଟ୍ବିଟର ବ୍ୟତୀତ ଲଲିତ ମୋଦୀ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ଫଟୋ ମଧ୍ୟ ବଦଳାଇ ଦେଇଛନ୍ତି। ଏହି ଫଟୋରେ ସେ ସୁସ୍ମିତା ସେନଙ୍କ ସହ ନଜର ଆସିଛନ୍ତି। ଫଟୋ ପଛରେ ସମୁଦ୍ର ଥିବା ଦେଖାଯାଇଛି। ଇନଷ୍ଟାଗ୍ରାମ ବାୟୋରେ ଲଲିତ ମୋଦୀ ଲେଖିଛନ୍ତି ଯେ ସେ ସୁସ୍ମିତା ସେନଙ୍କ ସହ ଏକ ନୂତନ ଜୀବନ ଆରମ୍ଭ କରିଛନ୍ତି। ସୁସ୍ମିତା ସେନ ତାଙ୍କର ‘ପାର୍ଟନର ଇନ୍ କ୍ରାଇମ’ ବୋଲି ଲଲିତ ମୋଦୀ କହିଛନ୍ତି। ଏହା ସହିତ ସୁସ୍ମିତାଙ୍କୁ ‘ମାଇଁ ଲଭ୍’ ବୋଲି ସମ୍ବୋଧିତ କରିଛନ୍ତି।

ସମ୍ବନ୍ଧିତ ଖବର