ନୂଆଦିଲ୍ଲୀ: ଆଇପିଏଲ ପ୍ରତିଷ୍ଠାତା ତଥା ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦୀଙ୍କ ଜୀବନରେ ପୁଣି ଥରେ ଫଗୁଣ ଫେରିଛି। ୨୦୨୨ରେ ସେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା । ହେଲେ ଆଜି ଭାଲେଣ୍ଟାଇନ୍ସ ଡେ ଅବସରରେ, ସେ ତାଙ୍କ ପ୍ରେମିକାଙ୍କ ସହିତ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ସୁସ୍ମିତା ସେନଙ୍କ ସହ ତାଙ୍କର ବ୍ରେକଅପ୍ ହୋଇଥିବା ସ୍ପଷ୍ଟ କରିଛି। ଲଳିତ ମୋଦୀ ତାଙ୍କ ସାଥୀଙ୍କ ନାମ ପ୍ରକାଶ କରି ନଥିଲେ ବି ତାଙ୍କ ସହିତ ଅନେକ ଫଟୋ ସେୟାର କରିଛନ୍ତି। ଏହା ସହିତ ୨୫ବର୍ଷର ବନ୍ଧୁତା ପ୍ରେମ ସମ୍ପର୍କରେ ପରିଣତ ହୋଇଥିବା କହିଛନ୍ତି।
ସୂଚନା ମୁତାବକ, ଲଳିତ ମୋଦୀ ପୂର୍ବରୁ ମିନାଲ ମୋଦୀଙ୍କୁ ବିବାହ କରିଥିଲେ। ଏହି ଦମ୍ପତି ୧୯୯୧ ମସିହାରେ ବିବାହ କରିଥିଲେ। ହେଲେ ୨୦୧୮ ମସିହାରେ କର୍କଟ ରୋଗରେ ଆକ୍ରାନ୍ତ ଥିବା ମିନାଲଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ସୁସ୍ମିତା ସେନ୍ ୨୦୨୨ମସିହାରେ ତାଙ୍କ ଜୀବନରେ ପ୍ରବେଶ କରିଥିଲେ। ଦୁହିଁଙ୍କ ଫଟୋ ସେୟାର କରି ଲଳିତ ମୋଦୀ ତାଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିବା ପ୍ରକାଶ କରିଥିଲେ। ହେଲେ ସୁସ୍ମିତା ଏହାକୁ ସ୍ବୀକାର କରିନଥିଲେ।
Just back in london after a whirling global tour #maldives # sardinia with the families - not to mention my #betterhalf @sushmitasen47 - a new beginning a new life finally. Over the moon. 🥰😘😍😍🥰💕💞💖💘💓 pic.twitter.com/Vvks5afTfz
— Lalit Kumar Modi (@LalitKModi) July 14, 2022
ଏବେ ସେ ଅଜଣା ମହିଳାଙ୍କ ସହ ଫଟୋ ପୋଷ୍ଟ କରି ତାଙ୍କ ସହ ପ୍ରେମ ସମ୍ପର୍କ ଥିବା ଜଣାଇଛନ୍ତି।