ଭାଙ୍ଗିଗଲା ‘ମୈଦାନ୍‌’ ଚଳଚ୍ଚିତ୍ର ସୁଟିଂ ପାଇଁ ପ୍ରସ୍ତୁତ ୧୬ ଏକରର ବୃହତ୍‌ ସେଟ୍‌

ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଚଳଚ୍ଚିତ୍ର ‘ମୈଦାନ’ ପାଇଁ ୧୬ ଏକରର ବୃହତ୍‌ ସେଟ୍‌ କରାଯାଇଥିଲା। ମାତ୍ର କରୋନା ଲକ୍‌ଡାଉନ୍‌ ହେତୁ ଏହା ଅଟକି ଯାଇଛି। ପ୍ରଯୋଜକ ବୋନି କପୁର କହିଛନ୍ତି, ମୁମ୍ବାଇରେ ଏକ ୧୬ଏକର ପ୍ଲଟରେ ଆଉଟଡୋର ସେଟ୍‌ କରାଯାଇଛି। ମାତ୍ର ଏହା ମଧ୍ୟରେ ସୁଟିଂ ହୋଇପାରିନାହିଁ। ଏଣେ ବର୍ଷା ପବନ ଯୋଗୁଁ ସେଟ୍‌ଟି ଭାଙ୍ଗିରୁଜି ଯାଇଛି। ଏହାକୁ ପୁନଃ ପ୍ରସ୍ତୁତ କରିବାକୁ ୨ମାସ ଲାଗିଯିବ। ଏହା ସେପ୍ଟେମ୍ବରରେ ପୁଣି ଆରମ୍ଭ ହେବ। ଏହା ହୋଇପାରିଲେ ନଭେମ୍ବର ବେଳକୁ ସୁଟିଂ ଆରମ୍ଭ ହୋଇପାରିବ। ସେ କହିଛନ୍ତି ଯେ ଏହା ଆମ ପାଇଁ ବୃହତ୍‌ କ୍ଷତି। ମୈଦାନ ଚଳଚ୍ଚିତ୍ର ଏକ ଫୁଟବଲ ଡ୍ରାମା ହୋଇଥିବା ବ‌େଳେ ଏହା ସ୍ବର୍ଗତ ସଇଦ ଅବଦୁଲ ରହିବଙ୍କ ଜୀବନୀ ଉପରେ ଆଧାରିତ। ଯିଏ କି ଭାରତର ଜଣେ ମହାନ କୋଚ୍‌ ଭାବେ ପରିଚିତ। ସେ ୧୯୫୦ରୁ ୧୯୬୩ ମସିହା ପର୍ଯ୍ୟନ୍ତ ଭାରତୀୟ ଫୁଟବଲ ଟିମ୍‌କୁ ଆଗେଇ ନେଇଥିଲେ।

ସମ୍ବନ୍ଧିତ ଖବର