ଭାଇରାଲ୍‌ ‌ହେଉଛି କାର୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଭିନେତାଙ୍କ ଶେଷ ଇନ୍‌ଷ୍ଟା ପୋଷ୍ଟ୍‌

ମୁମ୍ବାଇ: ସୋମବାର ଏକ ସଡ଼କ ଦୁର୍ଘଟଣାରେ ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସର୍‌ ରୋହିତ ଭାତିଙ୍କର ପରଲୋକ ହୋଇଛି। ସେ ତାଙ୍କ ବନ୍ଧୁମାନଙ୍କ ସହ ଏକ ଦୃତଗାମୀ କାର୍‌ରେ ଆସୁଥିବା ବେଳେ କାର୍‌ଟି ଏକ ଗଛରେ ବାଡ଼େଇ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଛି।

ରୋହିତ ଭାତିଙ୍କ ପରଲୋକ ପରେ ତାଙ୍କର ଶେଷ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ ଭାଇରାଲ୍‌ ହୋଇଛି। ତାଙ୍କର ଭିଡିଓ ରାଓଡି ଭରଦାତ ଆକାଉଣ୍ଟ୍‌ରେ ସେୟାର ହୋଇଛି। ସେଥିରେ ସେ ନିଜ ବନ୍ଧୁମାନଙ୍କ ସହ ମସ୍ତି କରୁଥିବାର ନଜର ଆସିଛନ୍ତି। ଭିଡିଓରେ ରୋହିତ ଫିଲ୍ମ ଶୈଳୀରେ କହୁଥିବାର ଶୁଣିବାକୁ ମିଳିଛନ୍ତି ଯେ ‘ଔର କରଲେ ପ୍ୟାର୍‌, ହୋ ଗୟି ନା ଏସି ତ‌ୈସି।’

 

 

View this post on Instagram

 

A post shared by Rowdy Bhati (@rowdy_vardaat_001)

ଏହି ଭିଡିଓର ଏବେ ସୁଦ୍ଧା ୧ ଲକ୍ଷ ୯୨ ହଜାରରୁ ବି ଅଧିକ ଲାଇକ୍‌ ହୋଇ ସାରିଲାଣି। ଏହାସହ ୬ ହଜାର ୯୨୦ରୁ ଅଧିକ ବ୍ୟବହାରକାରୀ କମେଣ୍ଟ୍‌ କରି ସାରିଲେଣି। ରୋହିତ ଭାତିଙ୍କୁ ସୋସିଆଲ୍‌ ମିଡିଆରେ ସମସ୍ତେ ରାୱଡି ଭାତି ନାମରେ ଜାଣନ୍ତି।

ସେ ତାଙ୍କ ବନ୍ଧୁମାନଙ୍କ ସହ ଏକ ଦୃତଗାମୀ କାର୍‌ରେ ଆସୁଥିବା ବେଳେ କାର୍‌ଟି ଏକ ଗଛରେ ବାଡ଼େଇ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣ‌ାରେ ତାଙ୍କର ପରଲୋକ ହୋଇଥିବା ବେଳେ ତାଙ୍କର ୨ ବନ୍ଧୁ ଗୁରୁତର ଆହତ ହୋଇଛନ୍ତି ବୋଲି ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି।

ସେମାନେ ଏକ ପାର୍ଟିରୁ ଫେରୁଥିବା ବେଳେ ରାତି ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ‌ସେମାନେ ବିଳମ୍ବିତ ରାତିରେ ଫେରୁଥିବା ବେଳେ ଟର୍ଣ୍ଣ କରିବା ବେଳେ କାର୍‌ ଉପରେ ନିୟନ୍ତ୍ରଣ ନରଖି ପାରି ଏକ ଗଛରେ ପିଟି ଦେବାରୁ ଏପରି ଦୁର୍ଘଟଣା ଘଟିଥିଲା।

 

ସମ୍ବନ୍ଧିତ ଖବର