ଅନ୍‌ସମିଶ୍‌ ପ୍ରଡକ୍ସନ୍‌ର ପ୍ରଥମ ଅବଦାନ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଶେଷରାତି’ର ପ୍ରଯୋଜନା କରିଛନ୍ତି ପ୍ରୀତମ ସାହୁ। କାହାଣୀ ପରିକଳ୍ପନା ସହ ସଂଳାପ ରଚନା ଶଶାଙ୍କ ନାୟକ। ଚିତ୍ରନାଟ୍ୟ ସଂରଚନା ସହ ନିର୍ଦ୍ଦେଶନା ଦେଇଛନ୍ତି ଅମରେଶ ପତି। ସଙ୍ଗୀତ ନିର୍ଦ୍ଦେଶନା ଅସାଦ ନିଜାମ। ‘ଶେଷ ରାତି’ ଏକ ଓଡ଼ିଆ ମୌଳିକ କାହାଣୀ ଉପରେ ପର୍ଯ୍ୟବସିତ। ଏହା ପୂର୍ବରୁ ଅମରେଶ ‘ହେଲା ମୋତେ ପ୍ରେମ ଜ୍ବର’ ଓ ‘ବାଳ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ।

Advertisment

‘ଶେଷରାତି’ରେ ଥିବା ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର, କୁଲଦୀପ, ଅସୀମା ପଣ୍ଡା ଏବଂ ଆଶୁତୋଷ। ଗୀତ ରଚନା କରିଛନ୍ତିି ପୁଷ୍ପକ ପରିଡ଼ା। ଦେବାଶିଷ, ରିୟା, ଶୁଭାଙ୍ଗୀ, ଦେବୁ ବ୍ରହ୍ମା, ଉଷଶୀ ମିଶ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବୀରେନ ମିଶ୍ର, ପିଣ୍ଟୁ ନନ୍ଦ, ଅଭିପ୍‌ସା, କୁଇନ୍‌, କେଡି, ଜୀବନ ବନ୍ଧୁ୍, ସୁଶ୍ରୀ ସଙ୍ଗୀତା ପ୍ରମୁଖଙ୍କୁ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ହାଲକା ପ୍ରେମକାହଣୀ ହେଲେ ବି ‘ଶେଷରାତି’ ଚଳଚ୍ଚିତ୍ରଟି ରହସ୍ୟ ଓ ରୋମାଞ୍ଚକ। ଆଗଷ୍ଟ ମାସ ଶେଷାର୍ଦ୍ଧରେ ଏହା ମୁକ୍ତିଲାଭ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି।