୯୦ବର୍ଷ ବୟସରେ ଇନ୍‌ଷ୍ଟାଗ୍ରାମରେ ପାଦ ରଖିଲେ କୋକିଳକଣ୍ଠୀ ଲତା, ସ୍ୱାଗତ କଲେ ପ୍ରଶଂସକ

ମୁମ୍ବାଇ : କିଛି ଦିନ ତଳେ ୯୦ବର୍ଷରେ ପାଦ ଦେଇଥିଲେ ବଲିଉଡ୍‌ର କୋକିଳକଣ୍ଠୀ ଲତା ମଙ୍ଗେସକର । ପରିବାର ସହ ସେ ନିଜର ଜନ୍ମଦିନ ପାଳନ କରିଥିବା ବେଳେ ଏବେ ତାଙ୍କୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଗୀତ ସହ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଥିବା ଲତାଜୀ ଏବେ ଇନ୍‌ଷ୍ଟାରେ ନିଜର ଅକାଉଣ୍ଟ ଖୋଲିଛନ୍ତି । ଟୁଇଟ୍‌ରରେ ତାଙ୍କ ଟୁଇଟ୍‌ଗୁଡ଼ିକର ଲୋକପ୍ରିୟତା ରହିଥିବା ବେଳେ ଏବେ ସେ ଇନ୍‌ଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିବା ଖବର ତାଙ୍କ ପ୍ରଶଂସକଙ୍କୁ ଖୁସି କରାଇଛି । ଜନ୍ମଦିନର ଦୁଇ ଦିନ ପରେ ଇନ୍‌ଷ୍ଟାରେ ଆକାଉଣ୍ଟ ଖୋଲିବା ପରେ ପ୍ରଶଂସକମାନେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି ।

 

 

View this post on Instagram

 

Namaskar. Aaj pehli baar aap sabse Instagram pe jud rahi hun.

A post shared by Lata Mangeshkar (@lata_mangeshkar) on

ଇନ୍‌ଷ୍ଟାରେ ଆକାଉଣ୍ଟ ଖୋଲିବା ମାତ୍ରେ ଲତାଜୀ ନିଜର ଫଟୋ ସେୟାର କରିଛନ୍ତି । ଫଟୋରେ ସେ ଏକ ବହି ଧରି ବସିଥିବାର ଦେଖିବାକୁ ମିଳିଛି । କ୍ୟାପ୍‌ସନରେ ଲେଖାଯାଇଛି, ନମସ୍କାର, ଆଜି ପ୍ରଥମ ଥର ଆପଣଙ୍କ ସହ ଇନ୍‌ଷ୍ଟାଗ୍ରାମ୍‌ରେ ଯୋଡ଼ି ହେଉଛି । ଆକଉଣ୍ଟ ଖୋଲିବାର ୨ଘଣ୍ଟା ମଧ୍ୟରେ ୪୭,୦୦୦ପ୍ରଶଂସକ ତାଙ୍କୁ ଫଲୋ କରିଥିବା ଜଣାପଡ଼ିଛି । ଏହା ସହ ପ୍ରଶଂସକମାନେ ଶୁଭକାମନା ଦେବା ସହ ଲତାଜୀଙ୍କୁ ଇନ୍‌ଷ୍ଟାକୁ ସ୍ୱାଗତ କରିଛନ୍ତି ।

ସମ୍ବନ୍ଧିତ ଖବର