୯୦ତମ ଜନ୍ମଦିନରେ ଭାରତ ସରକାରଙ୍କ ଦ୍ୱାରା ଏହି ସମ୍ମାନରେ ସମ୍ମାନିତ ହେବେ ଲତା ମଙ୍ଗେସକର

ମୁମ୍ବାଇ : ନିଜର କଣ୍ଠସ୍ୱର ପାଇଁ ଦେଶ ଓ ଦେଶ ବାହାରେ ଲୋକପ୍ରିୟ ହୋଇଥିବା କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କୁ ଏବେ ଏକ ବଡ଼ ସମ୍ମାନ ମିଳିବାକୁ ଯାଉଛି । ଭାରତ ସରକାରଙ୍କ ପକ୍ଷରୁ ତାଙ୍କର ୯୦ତମ ଜନ୍ମଦିନରେ ତାଙ୍କୁ ଏକ ବଡ଼ ସମ୍ମାନରେ ସମ୍ମାନିତ କରାଯିବ । ଆସନ୍ତା ସେପ୍ଟେମ୍ବର ୨୮ରେ ଲଜାଜୀଙ୍କୁ ୯୦ବର୍ଷ ହେବାକୁ ଥିବା ବେଳେ ଏହି ଅବସରରେ ଭାରତ ସରକାର ତାଙ୍କୁ ‘ଡଟର ଅଫ୍‌ ଦ ନେଶନ’ ସମ୍ମାନରେ ସମ୍ମାନିତ କରିବା ପାଇଁ ଯୋଜନା କରୁଥିବା ଜଣା ପଡ଼ିଛି । ସଙ୍ଗୀତ ଜଗତ ପ୍ରତି ତାଙ୍କର ଥିବା ଅବଦାନକୁ ସମ୍ମାନ ଜଣାଇବାକୁ ଯାଇ ତାଙ୍କୁ ଏହି ଟାଇଟେଲ ପ୍ରଦାନ କରାଯିବ ବୋଲି ଜଣା ପଡ଼ିଛି ।

Image result for lata-mangeshkar-to-be-honoured-with-daughter-of-the-nation-title-on-90th-birthday
Business Insider India

ଭାରତ ସରକାରଙ୍କ ବିଶେଷ ସୁତ୍ରରୁ କୁହାଯାଇଛି କି, ମୋଦୀଜୀ ଲଜାଜୀଙ୍କ ସ୍ୱରର ବହୁତ ବଡ଼ ପ୍ରଶଂସକ । ସେ ଦେଶର ସ୍ୱରକୁ ପ୍ରତିନିଧିତ୍ୱ କରିଛନ୍ତି । ତାଙ୍କୁ ସମ୍ମାନିତ କରିବା ଦେଶର ଝିଅକୁ ସମ୍ମାନିତ କରିବା ଭଳି । ଯାହା ପାଇଁ ତାଙ୍କୁ ସେପ୍ଟେମ୍ବର ୨୮ରେ ‘ଡଟର ଅଫ୍‌ ଦ ନେଶନ’ ସମ୍ମାନରେ ସମ୍ମାନିତ କରାଯିବ ।

ସମ୍ବନ୍ଧିତ ଖବର